www.samajalive.in
Saturday, December 13, 2025
15.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ପରାମର୍ଶ: ଆଇନ ଅନୁଯାୟୀ ଉଚ୍ଛେଦ କର

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରୁ ଆଇନ ଅନୁଯାୟୀ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଓଡ଼ିଶା ସରକାରଙ୍କ ଉଦେଶ୍ୟ ଯେତେ ମହତ୍‍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ପଦକ୍ଷେପ ଆଇନ ଅନୁଯାୟୀ ହେବା ଉଚିତ୍‍ ବୋଲି ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ବେଳେ ବିଚାରପତି ଅରୁଣ ମିଶ୍ର, ବିଚାରପତି ଏମ ଆର ଶାହ ଓ ବିଚାରପତି ବି ଆର ଗଭାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ଉଚ୍ଛେଦ ପ୍ରକ୍ରିୟାରେ ବିଧିବ୍ୟବସ୍ଥାର ସଠିକ୍‍ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଜଗନ୍ନାଥ ସଂସ୍କୃତି, ଶ୍ରୀମନ୍ଦିର ପରମ୍ପରା, ରୀତିନିତି ଓ ଧାର୍ମିକ ଭାବନାକୁ ବଞ୍ଚାଇ ରଖିବା ପାଇଁ ବିଗତ ଦିନରେ ସୁପ୍ରିମକୋର୍ଟଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିବା ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେସନ ଅଫ ଲୟାରର୍ସର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଡ୍‌ଭୋକେଟ ଦେବାଶିଷ ମିଶ୍ରଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ସମାଧାନ ପାଇଁ ଗୁରୁତ୍ୱ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ମାମଲାର ଶୁଣାଣି ବେଳେ ଆଡଭୋକେଟ ଦେବାଶିଷ ମିଶ୍ରଙ୍କ ଉଦେଶ୍ୟରେ କୋର୍ଟରୁମ୍‌ରେ ଉପସ୍ଥିତ ଆଡଭୋକେଟ ଜେନେରାଲଙ୍କୁ ପରାମର୍ଶ ଦେଇ ବିଚାରପତି ଅରୁଣ ମିଶ୍ର କହିଥିଲେ ଯେ ‘ମେକ୍‌ ହିମ୍‌ ହାପି’। ସୁପ୍ରିମକୋର୍ଟଙ୍କ ପରାମର୍ଶ ପରେ ଓଡ଼ିଶା ଆଡ୍‌ଭୋକେଟ ଜେନେରାଲ ତାଙ୍କ ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଆସନ୍ତା ସେପଟେମ୍ବର ୨୧ରେ ପରବର୍ତ୍ତୀ ବୈଠକ ବସିବ ବୋଲି ଆଡ୍‌ଭୋକେଟ ଦେବାଷିଶ ମିଶ୍ର ‘ସମାଜ’କୁ କହିଛନ୍ତି। ମାମଲାର ଶୁଣାଣି ବେଳେ ପୁରୀ ଗସ୍ତ ସଂପର୍କିତ ରିପୋର୍ଟ ଦାଖଲ କରିବାକୁ କୋର୍ଟମିତ୍ର ରଣଜିତ କୁମାର ଅଧିକ ଦୁଇ ସପ୍ତାହ ମହଲତ ଲୋଡ଼ିଥିଲେ। କୋର୍ଟମିତ୍ରଙ୍କ ଅନୁରୋଧକୁ ଗ୍ରହଣ କରି ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍‍ଟୋବର ୩କୁ ଧାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ ମେଘନାଦ ପାଚେରିର ୭୫ ମିଟର ପରିଧି ମଧ୍ୟରେ ସମସ୍ତ ନିର୍ମାଣ ଉଚ୍ଛେଦ କରିବାକୁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ କୋର୍ଟମିତ୍ର ରଣଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଚଳିତ ମାସ ୬ ଓ ୭ରେ ପୁରୀ ଗସ୍ତ କରି ସ୍ଥିତି ପରଖିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories