www.samajalive.in
Monday, December 8, 2025
27.1 C
Bhubaneswar

ମୃତ ଭାବି କରିଥିଲେ ଅନ୍ତିମ ସଂସ୍କାର ; ୪ ମାସ ପରେ ପୁଅକୁ ଜୀବନ୍ତ ଦେଖି ହତବାକ୍‍ ମାଆ

କ୍ରୋନ୍ସତାଡ଼୍‍ତ(ରୁଷ) : ମାଆ ଭାବୁଥିଲା ଯେ, ତା ପୁଅ ମରିଯାଇଛି। ମୃତଦେହର ଅନ୍ତିମ ସଂସ୍କାର ମଧ୍ୟ ସରିଯାଇଥିଲା। ହେଲେ ହଠାତ୍‍ ଦିନେ ପୁଅକୁ ଘରଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ଦେଖି ହତବାକ୍‍ ହୋଇଗଲା ମାଆ। ଏହି ଘଟଣା ଘଟିଛି ରୁଷର କ୍ରୋନ୍ସତାଡ଼୍‍ତ ସହରରେ।
ସୂଚନା ଅନୁସାରେ, ୬୨ ବର୍ଷିୟା ଏଣ୍ଟୋନିନା ମିଖୈଲୋଭନା ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରେ ତାଙ୍କ ପୁଅ କନ୍‍ଷ୍ଟାନ୍‍ଟାଇନ୍‍ ନିଖୋଜ ହୋଇଥିବା ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ତଦନ୍ତ କରି ଗୋଟିଏ ମୃତଦେହକୁ ଚିହ୍ନଟ କରିବାକୁ କହିଥିଲା। କନ୍‍ଷ୍ଟାନ୍‍ଟାଇନ୍‍ଙ୍କଠାରୁ ଅଲଗା ରହୁଥିବା ତାଙ୍କ ପତ୍ନୀ, ଝିଅ ଓ ମାଆ ପୁଲିସ ଦ୍ୱାରା ହସ୍ତାନ୍ତର କରାଯାଇଥିବା ମୃତଦେହକୁ କନ୍‍ଷ୍ଟାନ୍‍ଟାଇନ୍‍ ଭାବି ତା’ର ଅନ୍ତିମ ସଂସ୍କାର କରିଦେଇଥିଲେ। ହେଲେ ୪ ମାସ ପରେ ହଠାତ୍‍ ଦିନେ ଘର ଦ୍ୱାରା ସମ୍ମୁଖରେ କନ୍‍ଷ୍ଟାନ୍‍ଟାଇନ୍‍ଙ୍କୁ ଦେଖିବାକୁ ପାଇଲେ ମାଆ ଏଣ୍ଟୋନିନା ଏବଂ ତାଙ୍କୁ ଦେଖି ସେ ଚକିତ ହୋଇଯାଇଥିଲେ। ୪୩ ବର୍ଷିୟ କନ୍‍ଷ୍ଟାନ୍‍ଟାଇନ୍‍ଙ୍କ କହିବା କଥା, ସେ ନିଜ ଜୀବନର ମୂଲ୍ୟ ବୁଝିବା ପାଇଁ କିଛିଦିନ ସମୟ ନେଇ ପରିବାରଠାରୁ ନିଜକୁ ଦୂରେଇ ରଖିଥିଲେ। ଅନ୍ୟପକ୍ଷରେ ପୁଲିସର କହିବା କଥା ଯେ, କନ୍‍ଷ୍ଟାନ୍‍ଟାଇନ୍‍ଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷିତ କରାଯାଇଥିଲା। ତେଣୁ ଏବେ କ’ଣ କରାଯିବ ସେ ନେଇ କିଛି ଚିନ୍ତା କରାଯାଇନାହିଁ। ତେବେ ମାମଲାର ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି। ଏଣ୍ଟୋନିନା ମଧ୍ୟ ଜଣେ ଅନ୍ୟ ବ୍ୟକ୍ତିର ମୃତଦେହକୁ ନିଜ ପୁଅ ବୋଲି କହିଥିବାରୁ କ୍ଷମା ମାଗିଛନ୍ତି। ମାତ୍ର ସେ କହିଛନ୍ତି ଯେ, ମୃତଦେହଟି ଠିକ୍‍ ତାଙ୍କ ପୁଅ କନ୍‍ଷ୍ଟାନ୍‍ଟାଇନ୍‍ଙ୍କ ଭଳି ଦେଖାଯାଉଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories