www.samajalive.in
Tuesday, December 9, 2025
16.1 C
Bhubaneswar

ଅଭିବୃଦ୍ଧି ଓ ନିରନ୍ତରତା ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ – କୋବିନ୍ଦ

ନୂଆଦିଲ୍ଲୀ: ଅଭିବୃଦ୍ଧି ଓ ନିରନ୍ତରତା ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତା ଏବଂ ଆଇସ୍‍ଲ୍ୟାଣ୍ଡ୍‍ର ମଜବୁତ୍‍ ବ୍ୟାବସାୟିକ ଢାଞ୍ଚା ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ବୁଧବାର ରେକ୍‍ଜାଭିକ୍‍ଠାରେ ଆଇସ୍‍ଲ୍ୟାଣ୍ଡ-ଭାରତ ବ୍ୟାବସାୟିକ ଫୋରମରେ କୋବିନ୍ଦ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଫାର୍ମାସି, ସ୍ୱାସ୍ଥ୍ୟସେବା, ଜୈବ କାରିଗରି ବିଦ୍ୟା ଏବଂ ଅର୍ଥ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତା ପରିବ୍ୟାପ୍ତ କରାଯାଇପାରିବ। ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ୍‍ ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା କଥା ଦର୍ଶାଇ କୋବିନ୍ଦ ଭାରତୀୟ ଖାଦ୍ୟର ବିକ୍ରୟ ପାଇଁ ଅତ୍ୟାଧୁନିକ ପରିବହନ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ କାରିଗରି ବିଦ୍ୟାର ଉପଯୋଗ କରିବାକୁ ଆଇସ୍‍ଲ୍ୟାଣ୍ଡ୍‍କୁ ଆମନ୍ତ୍ରଣ କରିଛନ୍ତି।

୨୦୩୦ ମସିହା ସୁଦ୍ଧା ପୁନଃ ବ୍ୟବହାରଯୋଗ୍ୟ ଶକ୍ତି କ୍ଷମତାକୁ ୧୭୫ ଜିଗାୱାଟରେ ପରିଣତ କରିବାପାଇଁ ଭାରତ ଲକ୍ଷ୍ୟ ରଖିଥିବା କଥା ସେ ସୂଚନା ଦେଇଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ଓ ଆଇସ୍‍ଲ୍ୟାଣ୍ଡ୍‍ ବାଣିଜ୍ୟ ଶିଳ୍ପ ମହାସଂଘ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଆଇସ୍‍ଲ୍ୟାଣ୍ଡ ରାଷ୍ଟ୍ରପତି ଜୋହନ୍‍ସୋନ୍‍ ସେଠାରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories