www.samajalive.in
Monday, December 8, 2025
14.1 C
Bhubaneswar

ଆହ୍ୱାନର ମୁକାବିଲା ପାଇଁ ଦେଶ ପ୍ରସ୍ତୁତ – ମୋଦୀ

ମଥୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତଙ୍କବାଦ ବିଶ୍ୱ ପ୍ରତି ବିପଦ ସୃଷ୍ଟି କରିଛି, ଯାହାର ଚେର ବହୁତ ଲମ୍ବା ଏବଂ ଏହା ଆମ ପଡ଼ୋଶୀ ଦେଶରେ ମଜବୁତ୍‍ ହୋଇଛି। ମୋଦୀ କହିଛନ୍ତି, ଯେକୌଣସି ଆହ୍ୱାନର ମୁକାବିଲା କରିବାପାଇଁ ଦେଶ ପ୍ରସ୍ତୁତ ଅଛି। ଉତ୍ତର ପ୍ରଦେଶର ମଥୁରାରେ ଏକ ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଆତଙ୍କବାଦ ବିଶ୍ୱସ୍ତରରେ ଏକ ସମସ୍ୟା ଭାବେ ଉଭାହୋଇଛି ଏବଂ ସୀମା ସରହଦ ଡେଇଁ ଆଦର୍ଶର ରୂପ ନେଇଛି। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ୨୦୧୯ର ଶୁଭାରମ୍ଭ କରିବା ପରେ ଏକ ସେ କହିଛନ୍ତି, ସ୍ୱାମୀ ବିବେକାନନ୍ଦ ସେପ୍ଟେମ୍ବର ୧୧ ତାରିଖରେ ବିଶ୍ୱଶାନ୍ତି ପାଇଁ ବାର୍ତ୍ତା ଦେଇଥିଲେ ଏବଂ ସେହିଦିନ ହିଁ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିଶ୍ୱବାସୀ ସ୍ତମ୍ଭୀଭୂତ ହୋଇଯାଇଥିଲେ।

ସେ କହିଛନ୍ତି, ୧୦୦ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ ସେପ୍ଟେମ୍ବର ୧୧ ତାରିଖ ଦିନ ସିକାଗୋଠାରେ ବିଶ୍ୱଶାନ୍ତି ପାଇଁ ଐତିହାସିକ ଉଦବୋଧନ ଦେଇଥିଲେ ଏବଂ ସେପ୍ଟେମ୍ବର ୧୧ ତାରିଖ ଦିନ ଆମେରିକା ଉପରେ ସନ୍ତ୍ରାସବାଦ ଆକ୍ରମଣ ଏକ ଦୁର୍ଭାଗ୍ୟଜନକ ଘଟଣା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories