www.samajalive.in
Thursday, December 11, 2025
23.1 C
Bhubaneswar

ଯାଜପୁର ପୁଲିସ ହାତରେ ଧରା ପଡିଲେ ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ

ଯାଜପୁର :ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡିଲେ ଦୁଇ ବ୍ୟବସାୟୀ।ଯାଜପୁର ଥାନା ଆର.ଏମ.ସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାବୁଡ଼ରେ ଧରା ପଡିଥିଲେ । ଗିରଫ ଅଭିଯୁକ୍ତ ହେଲେ ରାଉତରାପୁର ଗାଁର ଶୁଭ୍ରାଂଶୁ ଶେଖର ରାଉତ ଏବଂ ବିଂଝାରପୁର ବଡ଼ ମହଲା ଗାଁର ଅସରଫ ଅଲି ଖାଁ। ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର,୨ଟି ମୋବାଇଲ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସ ଡିପିଓ ରବୀନ୍ଦ୍ର କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories