www.samajalive.in
Monday, December 8, 2025
17.1 C
Bhubaneswar

ଶହେ ଦିନରେ ମୋଦୀ ସରକାର – ରିପୋର୍ଟ କାର୍ଡ ରଖିଲେ ମନ୍ତ୍ରୀ ମନସୁଖ

ଭୁବନେଶ୍ୱର: ଏନଡିଏ ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟର ୧୦୦ ଦିନ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ୟ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା ଉଦବୋଧନ ଦେଇ ସରକାରଙ୍କ ୧୦୦ ଦିନର ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ମାଣ୍ଡଭିୟା ମୋଦୀ ସରକାରଙ୍କ ୧୦୦ ଦିନର ଦୃଢ଼ ପଦକ୍ଷେପ ଏବଂ ନିଷ୍ପତ୍ତି ସମ୍ବନ୍ଧୀୟ ଜନ ସଂଯୋଗ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମାଣ୍ଡଭିୟା ସରକାରଙ୍କ ଦ୍ୱାରା ୧୦୦ ଦିନର ଶାସନରେ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ଏବଂ ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ବନ୍ଧରେ କହିଥିଲେ। ଓଡ଼ିଶା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ବନ୍ଧରେ ମାଣ୍ଡଭିୟା କହିଥିଲେ ଯେ, “ଫନି ପ୍ରାକୃତିକ ବିପର୍ୟ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ୱରୂପ ୪, ୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି। ଫନି ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା।

- Advertisement -

କମ୍ପେନସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଂଟ ଆଣ୍ଡ ପ୍ଲାନିଂ ଅଥୋରିଟି (ସିଏଏମପିଏ ଅନୁଦାନ) ଅନ୍ତର୍ଗତ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଅନୁଦାନ ରାଶି ପ୍ରଦାନ କରାଯାଇଛି । କେନ୍ଦ୍ର ବଜେଟ ୨୦୧୯-୨୦ରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୫୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ମନ୍ତ୍ରୀ ମାଣ୍ଡଭିୟା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସାମିଲ ରହିଛି ଜମ୍ମୁ-କାଶ୍ମୀର ଓ ଲଦାଖ ଅଧିବାସୀଙ୍କ ଉନ୍ନତି ପାଇଁ ଧାରା ୩୭୦ ଓ ୩୫ (କ)ର ଉଚ୍ଛେଦ, ସୀମାରେ କାର୍ୟ୍ୟ କରୁଥିବା ସୁରକ୍ଷା କର୍ମୀମାନଙ୍କ ପାଇଁ ଶତକଡ଼ା ୩ ପ୍ରତିଶତ ସଂରକ୍ଷଣ ସୁବିଧା, ରାଜକୋଷକୁ ସମୃଦ୍ଧ କରିବା ପାଇଁ ଅର୍ଥନୈତିକ ସଂସ୍କାର, ତିନି ତଲାକର ଉଚ୍ଛେଦ, ଛୋଟ ପିଲାମାନଙ୍କୁ ଯୌନଶୋଷଣ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ, ସଂସଦ ଅଧିବେଶନର କାର୍ଯ୍ୟ କ୍ଷମତା ବୃଦ୍ଧି, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ନିବେଶ ବୃଦ୍ଧି, ବ୍ୟବସାୟୀକ ସୁଗମତା ପାଇଁ, ଜିଏସଟି ଓ ଆୟକର ଦାଖଲ ପ୍ରକ୍ରିୟାରେ ସରଳତା ଓ ସ୍ୱଚ୍ଛତା, ଜଳଶକ୍ତି ଅଭିଯାନ, ସମସ୍ତ ଗୃହକୁ ବିଜୁଳୀ ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଜନ ଔଷଧି କେନ୍ଦ୍ର, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବିକ୍ରେତା ମାନଙ୍କ ପାଇଁ ସାମାଜିକ ସୁରକ୍ଷା, କୃଷକମାନଙ୍କୁ ଆର୍ଥିକ ସହାୟତା, ଆଇନ କ୍ଷେତ୍ରରେ ସଂସ୍କାର, ପ୍ରତିରକ୍ଷା କ୍ଷେତ୍ରର ସଶକ୍ତିକରଣ ଏବଂ ତଫସିଲ ଭୁକ୍ତ ଜନଜାତିଙ୍କ ସଶକ୍ତିକରଣ।

ମାଣ୍ଡଭିୟା କହିଛନ୍ତି, ସରକାର ତାଙ୍କ ପ୍ରତିଜ୍ଞା ପୂରଣ କରିଛନ୍ତି। ଆମ ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ମୋଦୀ ୨.୦ ସରକାରଙ୍କ ପ୍ରଥମ ୧୦୦ ଦିନରେ ଏହା ସବୁ ପୂରଣ କରାଯାଇଛି। ଦେଶର ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ୬୦୦୦ ଟଙ୍କା ଲେଖାଏଁ ଜମା କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ। କାର୍ଯ୍ୟରୁ ଅବସର ନେଇଥିବା ପ୍ରତ୍ୟେକ କୃଷକଙ୍କ ଲାଗି ମାସିକ ୩୦୦୦ ଟଙ୍କା ପେନସନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ସରକାର ମଧ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଲାଗି ପେନସନ ସୁବିଧା କରିଛନ୍ତି। ସମାଜର ଗରିବ କୃଷକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନଙ୍କର ଜୀବନଧାରଣରେ ସରଳତା ଆଣିବା ଲାଗି ଏହି ସରକାର ସଂକଳ୍ପବଦ୍ଧ। ସୁବିଧାରେ ଏବଂ ଶସ୍ତାରେ ଔଷଧ ପ୍ରଦାନ କରିବା ଲାଗି ଦେଶବ୍ୟାପୀ ୫୫୦୦ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି। ଖୁବ ଶୀଘ୍ର ଆଉ ୩୦୦ଟି ନୂତନ କେନ୍ଦ୍ର ଖୋଲାଯିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ମାଣ୍ଡଭିୟା କହିଛନ୍ତି।

ଅର୍ଥନୈତିକ ମନ୍ଥରତା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ମାଣ୍ଡଭିୟା କହିଥିଲେ ଯେ ଏହି ମନ୍ଥରତା କ୍ଷଣସ୍ଥାୟୀ। ବର୍ତ୍ତମାନ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି। ମାତ୍ର ଭାରତ ଉପରେ ଏହାର ପ୍ରଭାବ ଖୁବ କମ ପଡିଛି। ଭାରତୀୟ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼। ସେ ଆଶା ପ୍ରକାଶ କରିଛନ୍ତି ଯେ ଚଳିତ ବର୍ଷ ଶେଷ ବେଳକୁ ଭାରତୀୟ ଅର୍ଥନୀତିରେ ସୁଧାର ଆସିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories