www.samajalive.in
Monday, December 8, 2025
17.1 C
Bhubaneswar

ଆରଡିପୀଠ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଆରଡି:ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆସନ୍ତା ମୂଳାଷ୍ଟମୀ ଠାରୁ ଦଶହରା ପର୍ୟ୍ୟନ୍ତ ୧୮ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିରର ସେବାୟତ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମାଙ୍କର ପୂଜା ଆରମ୍ଭରୁ ସମାପନ ପର୍ୟ୍ୟନ୍ତ ପୂଜାମଣ୍ଡପରେ ଚଣ୍ଡୀପାଠ ଅନୁଷ୍ଠିତ ହେବା ସହ ମହାଷ୍ଟମୀ ଓ ମହାନବମୀରେ ଅପରାଜିତା ପୂଜା କରାଯିବା ସହ ଦଶହରାରରେ ମଣ୍ଡାଭୋଗ ଲାଗି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମାଙ୍କୁ ପ୍ରତିଦିନ ବିଭିନ୍ନ ବେଶରେ ସଜ୍ଜିତ କରାଯିବା ସହିତ ଘଠସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ୟ୍ୟପୂଜା, ଗୋପୂଜା ଆଦି ରୀତିନୀତି ଅନୁଯାୟୀ କରାଯିବ ବୋଲି ସେବାୟତମାନେ ପ୍ରକାଶ କରିଥିଲେ। ଅନ୍ୟପଟେ ପୂଜାମଣ୍ଡପକୁ ସଫେଇ କରାଯିବା ସହିତ ରଙ୍ଗକାର୍ୟ୍ୟ ଓ ସାଜସଜା ମନ୍ଦିର ପ୍ରଶାସନ ପକ୍ଷରୁ କରାଯିବା ପାଇଁ ନିଷ୍ପତ୍ତି ନିଆ୍ାଇଥିଲା। ତାହାସହ ପୀଠ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories