www.samajalive.in
Tuesday, December 9, 2025
17.1 C
Bhubaneswar

ଅକ୍ଷୟଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର : ରିଲିଜ୍‍ ହେଲା ‘ପୃଥ୍ୱୀରାଜ’ର ଟିଜର

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ସୋମବାର ନିଜର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଶଂସକଙ୍କ ପାଇଁ ଉପହାର ସ୍ୱରୂପ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୃଥ୍ୱୀରାଜ’ର ଟିଜର ଭିଡିଓ ରିଲିଜ୍‍ କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ଲେଖିଛନ୍ତି, ମୋ ଜନ୍ମଦିନ ଅବସରରେ ମୋର ପ୍ରଥମ ଐତିହାସିକ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇ ଖୁବ୍‍ ଖୁସି ଅନୁଭବ କରୁଛି। ମୋର ସୌଭାଗ୍ୟ ଯେ ମୋତେ ଏଥିରେ ନାୟକ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି। ସେ ପୁନଶ୍ଚ ଲେଖିଛନ୍ତି, ଏହା ମୋର ସବୁଠାରୁ ବଡ଼ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ୟଶରାଜ ଫିଲ୍ମସର ପ୍ରଯୋଜନା ଓ ଡ. ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ କରଯାଉଛି। ‘ପୃଥ୍ୱୀରାଜ’ ଆସନ୍ତା ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି।

ଟିଜର ଭିଡିଓରେ ଅକ୍ଷୟଙ୍କ ଚେହେରା କିମ୍ବା ପୃଥ୍ୱୀରାଜ୍‍ ଲୁକ୍‍ ଦେଖିବାକୁ ମିଳିନାହିଁ। ଭିଡିଓରେ ଦମ୍‍ଦାର୍‍ ବ୍ୟାକ୍‍ଗ୍ରାଉଣ୍ଡ ମ୍ୟୁଜିକ୍‍, ଚଳଚ୍ଚିତ୍ରର ଲୋଗୋ ଓ ଯୁଦ୍ଧ ଭୂମିରେ ପୃଥ୍ୱୀରାଜ ଚୌହାନଙ୍କ ସହ ଠିଆ ହୋଇଥିବା ହଜାର ହଜାର ସୈନ୍ୟମାନଙ୍କୁ ଦେଖିବାକୁ ମିଳିଛି। ଏହି ଟିଜର ଭିଡିଓ ଶେୟାର ହେବାର କିଛି ମିନିଟ୍‍ ମଧ୍ୟରେ ହଜାର ହଜାର ଲାଇକ୍‍ ଓ ରିଟ୍ୱିଟ୍‍ ମିଳିଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories