www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ଆକ୍ରମଣ ପାଇଁ ମାସୁଦକୁ ଗୁପ୍ତରେ ଜେଲରୁ ମୁକୁଳାଇଛି ପାକିସ୍ତାନ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଛି। ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୋଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି। ଏହା ସହିତ ପାକ୍‌ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି।

ସୂଚନା ଅନୁସାରେ, ସିଆଲକୋଟ-ଜାମ୍ମୁ ଏବଂ ରାଜସ୍ଥାନ ସେକ୍ଟରରେ ପାକିସ୍ତାନ ବଡ଼ ଧରଣର ଆକ୍ରମଣ କରିବା ଲାଗି ଯୋଜନା କରୁଛି। ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପ୍ରତିହିଂସା ପରାୟଣ ହୋଇ ପାକିସ୍ତାନ ଆଗାମୀ ଦିନରେ ଏପରି ପଦକ୍ଷେପ ନେବାକୁ ଯାଉଛି। ସେଥିପାଇଁ ରାଜସ୍ଥାନ ସୀମାନ୍ତରେ ପାକ୍‌ ସେନା ପକ୍ଷରୁ ସୈନ୍ୟ ମୁତୟନ କରାଯାଇଛି। ଆକ୍ରମଣକୁ ପ୍ରତିହତ କରିବା ଲାଗି ବିଏସଏଫ ଏବଂ ସେନାକୁ ଏ ସମ୍ପର୍କରେ ସୂଚନା ଦିଆଯାଇ ସତର୍କ ରହିବାକୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଧମକ ଦେବା ସହିତ ଜାମ୍ମୁ-କାଶ୍ମୀରରେ ଭାରତର ପଦକ୍ଷେପ ବିରୋଧରେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଆଗକୁ ଯାହା କିଛି ହେବ ସେଥିପାଇଁ ବିଶ୍ଵ ସମୁଦାୟ ଦାୟୀ ରହିବ ବୋଲି ସେ କହିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories