ଢେଙ୍କାନାଳ : ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଘାଟରେ ଡ଼ଙ୍ଗା ବୁଡ଼ି ଘଟଣାରେ ସୋମବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହ ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟରୁ ମିଳିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରି ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଆହୁରି ତିନି ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ବ୍ରାହ୍ମଣୀ ନଦୀର ଖଡ଼ପ୍ରସାଦ ଘାଟରୁ ଏକ ଡ଼ଙ୍ଗାରେ ୯ ଜଣ ନଦୀ ପାର ହେଉଥିବା ସମୟରେ ମଝି ନଈରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରେ ୫ ଜଣଙ୍କୁ ପହଁରା ଜଣାଥିବାରୁ ସେମାନେ କୂଳରେ ପହଞ୍ଚି ଘଟଣା ବିଷୟରେ ଜଣାଇଥିଲେ।
ଖଡ଼ଗପ୍ରସାଦ ଘାଟରେ ଡ଼ଙ୍ଗା ବୁଡ଼ି ଘଟଣା; ଜଣଙ୍କ ମୃତଦେହ ଉଦ୍ଧାର
Popular Categories



