ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ ଅଭିଯାନରେ ରବିବାର ସକାଳୁ ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ପୌର ପରିଷଦ ଏହି ମଠକୁ ଅସୁରକ୍ଷିତ ଘୋଷଣା କରିଥିଲା। ରବିବାର ଲଙ୍ଗୁଳି ମଠ ପଟରୁ ଉଚ୍ଛେଦ ଚାଲିଛି। ମଠ ପରିସରରେ ଥିବା ୩୭ଟି ଦୋକାନ ଘର ପ୍ରଥମେ ଭଙ୍ଗାଯାଉଛି। ତେବେ ମଠର ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଏବଂ ହନୁମାନ ମନ୍ଦିର ଉଚ୍ଛେଦ ହେବନି ବୋଲି ସୂଚନା ମିଳିଛି। ଉଚ୍ଛେଦ ସ୍ଥଳରେ ମାଜିଷ୍ଟ୍ରେଟ ଏବଂ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Popular Categories



