www.samajalive.in
Wednesday, December 10, 2025
26.1 C
Bhubaneswar

ମୌଳିକ ଢାଞ୍ଚା ନିର୍ମାଣ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦୦ କୋଟି – ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ପ୍ଲାଷ୍ଟିକ୍‍ ନିର୍ମିତ ପଦାର୍ଥ ଯେପରି ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବ, ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣପତିଙ୍କୁ ବିସର୍ଜନ କରୁଛେ, ସେତେବେଳେ ଅନେକ ପ୍ଲାଷ୍ଟିକ୍‍ ନିର୍ମିତ ପଦାର୍ଥ ସମୁଦ୍ର ମଧ୍ୟକୁ ଚାଲିଯାଉଛି। ତେଣୁ ଆମକୁ ଏସବୁକୁ ରୋକିବା ସହ ଆମର ଜଳସମ୍ପଦକୁ ସୁରକ୍ଷିତ ରଖିବାକୁ ହେବ। ମୋଦି କହିଛନ୍ତି, ଦେଶରେ ଉତ୍ତମ ମୌଳିକଢାଞ୍ଚାର ନିର୍ମାଣ ପାଇଁ ସରକାର ଆସନ୍ତା ୫ ବର୍ଷ ଭିତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ତାହା ମଧ୍ୟରୁ ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ଅଧିକ ଅର୍ଥ ରଖାଯିବ। ମୁମ୍ବାଇରେ କିଛି ପ୍ରକଳ୍ପକୁ ଉଦ୍‍ଘାଟନ କରିବା ଅବସରରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

୧୯ ହଜାର କୋଟି ଟଙ୍କା ସମ୍ବଳିତ ୩ଟି ମେଟ୍ରୋ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଛଡ଼ା ୩୨ ମହଲା ବିଶିଷ୍ଟ ମେଟ୍ରୋ ଭବନର ମଧ୍ୟ ସେ ଭୂମି ପୂଜନ କରିଛନ୍ତି। ଭାରତ ଆର୍ଥ ମୁଭର୍ସଦ୍ୱାରା ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମରେ ନିର୍ମିତ ୫ଟି ମେଟ୍ରୋ କୋଚ୍‍କୁ ମଧ୍ୟ ସେ ଉଦ୍‍ଘାଟନ କରିଛନ୍ତି। ସେ ବନ୍ଦୋଗ୍ରି ମେଟ୍ରୋ ଷ୍ଟେସନ୍‍ ଓ ଅନେ୍ଧରୀ-ଦହିସାର ମେଟ୍ରୋ-୭ ଲାଇନକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories