www.samajalive.in
Wednesday, December 10, 2025
26.1 C
Bhubaneswar

ବଦଳି ପାଲା- ଅସନ୍ତୋଷରୁ ପଦ ଛାଡିଲେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା କେ. ତାହିଲରମାନି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବଦଳି ଆଦେଶର ପୁର୍ନବିଚାର ନହେବାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଜୁଡିସିଆଲ ଏକାଡେମୀଠାରେ ୬ଜଣ ଅତିରିକ୍ତ ବିଚାରପତିଙ୍କ ପକ୍ଷରୁ ନୈଶ୍ୟଭୋଜି ଆୟୋଜନ କରାଯାଇଥିଲା। ୨ ଦିନ ତଳେ ଏହି ୬ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା। ଏଥିରେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା ଯୋଗଦେଇଥିଲେ। ସେ ତାଙ୍କ ବଦଳି ଆଦେଶର ପୁନର୍ବିଚାର କରିବା ଲାଗି କଲେଜିୟମଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର କଲେଜିୟମ ତାଙ୍କ ଆବେଦନକୁ ଗ୍ରହଣ କରି ନ ଥିଲେ। ଇତିମଧ୍ୟରେ ମାଡ୍ରାସ ହାଇକୋର୍ଟର ଆଡ୍‌ଭୋକେଟ ଏନ.ଜି.ଆର. ପ୍ରସାଦଙ୍କ ସମେତ ଅନ୍ୟ ଆଡ୍‌ଭୋକେଟମାନେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖି ମୁଖ୍ୟ ବିଚାରପତି ବିଜୟାଙ୍କ ବଦଳି ଉପରେ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories