www.samajalive.in
Wednesday, December 10, 2025
26.1 C
Bhubaneswar

ମୁମ୍ବଇକୁ ମୋଦୀଙ୍କ ଉପହାର; ୧୯ ହଜାର କୋଟିର ପ୍ରକଳ୍ପ ଉଦ୍‌ଘାଟିତ

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇରୁ ଗଣପତି ବାବା ଯିବା ପୂର୍ବରୁ ଏକ ବଡ ଉପହାର ଦେଇଯାଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରାୟ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ମୋଦୀ ମେଟ୍ରୋ-୧୦, ୧୧ ଓ ୧୨ କରିଡର୍‌ର ଶୁଭାରମ୍ଭ କରିଛନ୍ତି । ଗୋମୁଖରୁ ଶିବାଜୀ ଚୌକଥିବା ୯.୨ କିଲୋମିଟର୍‌ ପର୍ଯ୍ୟନ୍ତ ମେଟ୍ରୋ-୧୦ କରିଡର୍‌, ୨୦.୭ କିଲୋମିଟର୍‌ ଲମ୍ବା ବିଶିଷ୍ଟ କଲ୍ୟାଣ ରୁ ତଲୋଜା ମେଟ୍ରୋ-୧୨ କରିଡର୍‌ ଏବଂ ୧୨.୮ କିଲୋମିଟର୍‌ ବଡାଲାରୁ ଦୂରତା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ମେଟ୍ରୋ-୧୧ କରିଡର୍‌ ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଛି । ଏହି ପ୍ରକଳ୍ପକୁ ୩ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇରେ ପହଞ୍ଚି ପ୍ରଥମେ ଗଣପତି ବାବାଙ୍କ ପୂଜାର୍ଚ୍ଚନା ପରିବା ପରେ ଏହି ପ୍ରକଳ୍ପର ଲୋକର୍ପଣ କରିଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories