www.samajalive.in
Thursday, December 11, 2025
18.1 C
Bhubaneswar

ଶେହଲା ରଶିଦଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଜେଏନୟୁର ପୂର୍ବତନ ଛାତ୍ର ନେତ୍ରୀ ଶେହଲା ରଶିଦଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‍ ଏକ ମାମଲା ରୁଜୁ କରିଛି। ସୁପ୍ରିମକୋର୍ଟ ଓକିଲ ଅଲଖ ଆଲୋକ ଶ୍ରୀବାସ୍ତବଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ଏହି ମାମଲା ରୁଜୁ କରିଛି।

ଅଲଖ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶେହଲା ରଶିଦ ଭାରତୀୟ ସେନା ଏବଂ ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଏଥିପାଇଁ ଶେହଲା ରଶିଦଙ୍କୁ ଗିରଫ କରାଯାଉ। ପ୍ରକାଶଯୋଗ୍ୟ ଯେ ଶେହଲା କାଶ୍ମୀରର ବର୍ତ୍ତମାନର ପରିସ୍ଥିତିକୁ ନେଇ ଅଗଷ୍ଟ ୧ରୁ ଗୋଟିଏ ପରେ ଗୋଟିଏ କରି ୧୦ଟି ଟ୍ୱିଟ୍‍ କରିଥିଲେ। ସେ ନିଜ ଟ୍ୱିଟ୍‍ରେ ଭାରତୀୟ ସେନା କାଶ୍ମୀରରେ ଅତ୍ୟାଚାର କରୁଥିବା ଭଳି ସଂଗୀନ ଅଭିଯୋଗ ଲଗାଇଥିଲେ। ଏହାପରେ ଭାରତୀୟ ସେନା ଟ୍ୱିଟ୍‍ କରି ଶେହଲା ରଶିଦ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଥିଲା। ଏହାକୁ ନେଇ ବିଭିନ୍ନ ମହଲାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମିଥ୍ୟା ଖବର ପ୍ରଚାର କରୁଥିବାରୁ ସମସ୍ତେ ଶେହଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏବେ ଥାନାରେ ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories