www.samajalive.in
Monday, December 8, 2025
24.1 C
Bhubaneswar

ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କଲେ ହିଲଟପ ମହାବିଦ୍ୟାଳୟ କର୍ମଚାରୀ

ମୋହନା: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ବେସରକାରୀ ଅନୁଦାନ ଓ ଅଣଅନୁଦାନ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘ ତରଫରୁ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି। ଏହି ପବିତ୍ର ଦିବସକୁ ମୋହନା ସ୍ଥିତ ହିଲଟପ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ମିଳିତ ଭାବେ କଳାଦିବସ ଭାବେ ପାଳନ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଅଧ୍ୟାପକମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ମହାବିଦ୍ୟାଳୟ କମିଟି ଦ୍ୱାରା ନିଯୁକ୍ତି ପାଇଛନ୍ତି। ସେମାନେ ସରକାରଙ୍କ ସମସ୍ତ ନିୟମ ମାନିବା ସହ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଉଚ୍ଚ ପଦସ୍ତ ଅଧିକାରୀମାନେ ସଂଘ ସହିତ ଆଲୋଚନା କରି ମଧ୍ୟ ସେମାନଙ୍କୁ ସ୍ଥାୟିତ୍ୱ ପ୍ରଦାନ କରିନାହାନ୍ତି। କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି।
ସେମାନଙ୍କର ଦାବି ଗୁଡିକ ମଧ୍ୟରେ ୧ଜୁନ୍‍ ୨୦୦୮ରୁ ୩୦ ନଭେମ୍ବର୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପାଇବା ଆଦି ସରକାରଙ୍କ ଠାରେ ଉପସ୍ଥାପନ କରିଛନ୍ତି। ବାରମ୍ବାର କର୍ମଚାରୀ ସଂଘ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ସମାଧାନର ପନ୍ଥା ବାହାର କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ମୋହନା ମହାବିଦ୍ୟାଳୟର କର୍ମଚାରୀମାନେ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି। ଏହି କଳାଦିବସରେ ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ, ଶୁଖବିନ୍ଦର ସିଂ, ଅଶ୍ମିତା ସ୍ୱାଇଁ, ରିତା କୁମାରୀ ଶତପଥି, ନିଳମାଧବ ସାହୁ, ମାନସ ରଞ୍ଜନ ପାଣିଗ୍ରାହୀ, ବସନ୍ତ ବେହେରା, ଜିତେନ୍ଦ୍ର ସ୍ୱାଇଂ, ସନ୍ତୋଷ ସାହୁ, କବିତା ମଳିକ, ଶ୍ରୀକାନ୍ତ ମାର୍ଦଳା ଆଦି କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories