www.samajalive.in
Thursday, December 11, 2025
23.1 C
Bhubaneswar

ଜାମ୍ମୁ କାଶ୍ମୀର ଯିବେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୁରୁବାର ଜାମ୍ମୁ କାଶ୍ମୀର ଗସ୍ତ କରିବେ। ଜାମ୍ମୁ କାଶ୍ମୀରରେ ଆରମ୍ଭ କରାଯିବାକୁ ଥିବା ନୂଆ ସଂସ୍କାର ଓ ନିୟମାବଳୀଗୁଡ଼ିକର ପଦ୍ଧତିକୁ ଅନୁଧ୍ୟାନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ବୋଲି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି। ଏଇ ନିକଟରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏହି ଗସ୍ତ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।

ଏହି ଗସ୍ତ ସମୟରେ ଜାମ୍ମୁ କାଶ୍ମୀରର ଲୋକମାନଙ୍କ ପାଇଁ ସ୍ଥାୟୀ ଜିବିକା ନିର୍ବାହନ, ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସଂପ୍ରଦାୟ ଭିତ୍ତିକ ଯୋଜନା ଉପରେ ମୁଖ୍ୟତ ଆଲୋକପାତ କରାଯିବ। ଉତ୍ତର ପୂର୍ବାଞ୍ଚଳ ଓ ଜାମ୍ମୁ କାଶ୍ମୀରର କୃଷକ ଏବଂ ହସ୍ତଶିଳ୍ପିମାନଙ୍କ ବିଷୟ ବାହାରେ ଜଣାଇବା ପାଇଁ କାର୍ଯ୍ୟକ୍ରମ, ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ସୋରୁମ୍‍ ସ୍ଥାପନ, ଗୋଷ୍ଠୀ ଭିତ୍ତିକ ପ୍ରାକୃତିକ ସମ୍ବଳ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦାନପ୍ରଦାନ ପ୍ରତି ମଧ୍ୟ ଆଲୋକପାତ କରାଯିବ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories