ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲାରେ ଥିବା କିଆ କାର୍ ନିର୍ମାଣ କାରଖାନାରୁ ୯୪୦ଟି ଇଞ୍ଜିନ ଚୋରି କରିଥିବା ଅଭିଯୋଗରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିବାବେେଳ ବିଚାରପତି ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
ଘଟଣାର ମୁଖ୍ୟ ଅଭିଯୁକ୍ତ ବିନାୟକ ମୁଥି ସମେତ ସାତଜଣ ତାମିଲନାଡୁ ବାସିନ୍ଦା ହୋଇଥିବାବେଳେ ଅନ୍ୟ ଦୁଇଜଣ ହେଉଛନ୍ତି ଆନ୍ଧ୍ର ବାସିନ୍ଦା। ଏତେ ସଂଖ୍ୟକ ଇଞ୍ଜିନ ଚୋରି ହୋଇଥିବା ଜାଣି କମ୍ପାନୀ କର୍ତ୍ତୃପକ୍ଷ ମାର୍ଚ୍ଚ ୧୯ରେ ପୁଲିସରେ ଏତଲା ଦାଏର କରିଥିଲେ। ଚୋରି ହୋଇଥିବା ଇଞ୍ଜିନର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।



