www.samajalive.in
Saturday, December 6, 2025
19.1 C
Bhubaneswar

ରାତି ୮ଟା ମୁଖ୍ୟ ଖବର

ବଡ ଖବର :

# କର୍ଣ୍ଣାଟକ ନାଟକର ଅନ୍ତ, ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବମୀ, ୧୪ ମାସର ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରର ପତନ।

# ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର କୁମାରସ୍ବମୀ। 

# ଆଇନ ଶୃଙ୍ଖଳା ଦୃଷ୍ଟିରୁ ବେଙ୍ଗାଲୁରୁରେ ୧୪୪ଧାରା ଜାରି, ସମସ୍ତ ମଦ ଦୋକାନ ବନ୍ଦ

# ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ବାମୀଙ୍କ ଭାବ ବିହ୍ବଳ ଉତ୍ତର,  କହିଲେ ରାଜନୀତିକୁ ଆସିବା ଭୁଲ ହୋଇଗଲା

- Advertisement -

# ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ନାରୀ ନିର୍ଯ୍ୟାତନା ଓ ନାବାଳିକା ଦୁଷ୍କର୍ମ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ

# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ

# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ, ସେ ଦଳୀୟ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେରେମି ହଣ୍ଟକୁ ପରାସ୍ତ କରିଛନ୍ତି।

# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ , ଏହାକୁ ଖଣ୍ଡନ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର
 # ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି, ଟ୍ରମ୍ପଙ୍କ ମନ୍ତବ୍ୟ ଯଦି ସତ୍ୟ ହୋଇଥାଏ, ତା’ହେଲେ ପ୍ରଧାନମନ୍ତ୍ରୀ ଦେଶକୁ ଧୋକା ଦେଇଛନ୍ତି।
# ଆଜି ରାଷ୍ଟ୍ରୀୟ ପ୍ରସାରଣ ଦିବସ

ଆଞ୍ଚଳିକ:

# ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ, ଗୃହ ବାରମ୍ବାର ମୁଲତବୀ

# ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ

#  ଅନୁଗୁଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ଏକ ଦୁର୍ଘଟଣାରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌
# ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛି। 
# ଉନ୍ନତମାନର ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ, ରାସ୍ତା ଅବରୋଧ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ
# କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।
# ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି ।
# ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 
# ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଗିରଫ, ୨୫୦ ପ୍ୟାକେଟ୍ ଜେଲୋଟିନ୍ ଓ ୩୫୦ କେଜି ଡିଟୋନେଟର୍ ଜବତ

ଜାତୀୟ:

# କର୍ଣ୍ଣାଟକରେ ରାଜନୈତିକ ସଙ୍କଟର ଅବସାନ, କୁମାରସ୍ବାମୀ ସରକାରଙ୍କର ପତନ 
# ଆମ୍ରପାଲୀ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ଆମ୍ରପାଲୀର ରେରା ପଞ୍ଜୀକରଣ ବାତିଲ କରିଦେବା ସହିତ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ଶେଷ କରିବା ଲାଗି ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ (ଏନବିସିସି)କୁ ନିର୍ଦେଶ ଦେଇଛନ୍ତି।
# କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କଲା କଂଗ୍ରେସ 
# ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ସୁପ୍ରିମକୋର୍ଟ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏନଆରସିର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ ।
# ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ବରିଷ୍ଠ ନେତାଙ୍କ ସୁରକ୍ଷା ହ୍ରାସ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ 
# ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ବଡ଼ ଉପହାର ସ୍ବରୂପ ଭାରତର ପ୍ରଥମ ରାଜ୍ୟ ଭାବେ ସ୍ଥାନୀୟ ନାଗରିକଙ୍କ ପାଇଁ ସମସ୍ତ ଘରୋଇ ଉଦ୍ୟୋଗ, ପ୍ରତିଷ୍ଠାନ ଏବଂ କାରଖାନାରେ ୭୫% ଚାକିରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି
#ଜମ୍ମୁ-କାଶ୍ମୀର ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସୈନିକ ଔରଙ୍ଗଜେବଙ୍କ ଦୁଇ ସାନ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ସବିରଙ୍କ ସେନାରେ ଯୋଗଦାନ
# ଭାରତରେ ରହିବା ସମୟ ଏକ ବର୍ଷ ବଢିବା ପରେ ପ୍ରସିଦ୍ଧ ଲେଖିକା ତସଲୀମା ନସରୀନ କହିଛନ୍ତି – ମୁଁ ମାଟିର ଝିଅ
# ଦିବ୍ୟାଙ୍ଗମାନଙ୍କ ରେଳ ଯାତ୍ର ସହଜ କରିବାକୁ ଖୁବ୍‌ ଶୀଘ୍ର ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ଆନ୍ତର୍ଜାତିକ:

# ଦ୍ବିପାକ୍ଷିକ ଆଲୋଚନାରେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରସ୍ତାବ
# କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସମ୍ପର୍କିତ ମନ୍ତବ୍ୟ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ କଡ଼ା ନିନ୍ଦା କରାଯିବା ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

# ବୋରିସ ଜନସନ୍ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories