www.samajalive.in
Monday, December 8, 2025
13.1 C
Bhubaneswar

୩ ଦିନରେ ଚାରିଜଣଙ୍କର ମୃତ୍ୟୁ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଥିଲା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତିନି ଦିନ ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସେମାନଙ୍କ ମଧ୍ୟରେ ଜୟପୁର କରୋନା ଯତ୍ନ କେନ୍ଦ୍ରରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡା ଜିଲା ଜେକେପୁର ଠାରେ ଥିବା ଯତ୍ନ କେନ୍ଦ୍ରରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଭିତରଗଡ ପଞ୍ଚାୟତର ବାରିଗାଁରେ ଜଣଙ୍କର ମଧ୍ୟ ଗୁରୁବାର ମୃତ୍ୟୁ ହୋଇଥିଲା ବେଳେ କାକିରିଗୁମାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ବିଷୋଇଙ୍କ ଧର୍ମପତ୍ନି ପଦ୍ମାବତୀ ବିଷୋଈଙ୍କ ମୃତ ହୋଇଥିଲା। ଗତକାଲି ଶିକ୍ଷକଙ୍କ ସାନ ପୁଅ ଦୀପକ ବିଷୋଈଙ୍କର ମଧ୍ୟ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

- Advertisement -

ପିପଳପଦର ପଞ୍ଚାୟତର ବାରିଗାଁ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକତା କରି ପ୍ରାୟ ବର୍ଷେ ତଳେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଅଗାଧୁ ବେନିଆଙ୍କ ଜେକେପୁର ସ୍ଥିତ ଯତ୍ନ କେନ୍ଦ୍ରରେ ମୃତ୍ୟୁ ହୋଇଛି। ତାଙ୍କ ଘର କୁଟିଙ୍ଗା ପଞ୍ଚାୟତର ଧାମଣଗଣ୍ଡା ଗ୍ରାମରେ ସେ ଗତ କିଛି ଦିନ ତଳେ ସଂକ୍ରମିତ ହୋଇ ରାୟଗଡା ଜିଲା ଜେକେପୁର ସ୍ଥିତ ଯତ୍ନ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି ରାୟଗଡା ଜିଲାଆ ପ୍ରଶାସନ ପକ୍ଷରୁ ସ୍ବର୍ଗତ ଅଗାଧୁଙ୍କ କରୋନା ନିୟମ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ପରିବାର ଲୋକେ ମୃତ ଦେହକୁ ଆଣିବାକୁ ଚାହିଁଥିଲେ ମଧ୍ୟ ପ୍ରଶାସନ ମନା କରିଛି।

୩ ଦିନ ମଧ୍ୟରେ ୪ ଜଣଙ୍କର କରୋନାରେ ମୃତ୍ୟୁକୂ ନେଇ ବ୍ଲକରେ ଭୟର ବାତା ବରଣ ଦେଖାଦେଇଛି। ଏହାକୁ ମିଶାଇ ବ୍ଲକରେ ମୃତ ସଂଖ୍ୟା ୮ରେ ପହଞ୍ଚିଛି। ଏଭଳି ସ୍ଥିତିକୁ ଦେଖି ସମଗ୍ର ବ୍ଲକରେ ଏବେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦେବାକୁ ସାଧାରଣରେ ଦାବି ହୋଇଛି । ଆଜି ଜିଲାରେ ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ଲକ୍ଷ୍ମୀପୁର ବ୍ଲକର ୫ଜଣ ଅଛନ୍ତି। ଏହାକୁ ମିଶାଇ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୩୮୬ରେ ପହଞ୍ଚିଛି । ତେବେ ୯ ଜଣ ଆରୋଗ୍ୟକୁ ମିଶାଇ ଆରୋଗ୍ୟ ସଂଖ୍ୟା ୨୬୬ ଥିବା ବେଳେ ବର୍ତ୍ତମାନ ୧୦୮ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories