www.samajalive.in
Sunday, December 7, 2025
13.1 C
Bhubaneswar

ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଆମ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା – ପ୍ରଧାନମନ୍ତ୍ରୀ

ଡେସ୍କ: ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଯେତେ ଶୀଘ୍ର ନିଷ୍ପତ୍ତି ନିଆଯିବ, ମହିଳାଙ୍କ ସୁରକ୍ଷାର ଅଧିକ ନିଶ୍ଚିତତା ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ସୁପ୍ରିମକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଭାରତୀୟ ଗଣତନ୍ତ୍ରର ଜନନୀ ଭାବେ ଭାରତର ଗୌରବକୁ ଆହୁରି ବୃଦ୍ଧି କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଭାରତୀୟ ସମ୍ବିଧାନ ଏବଂ ଏହାର ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା। ଏହା ଏକ ଗଣତନ୍ତ୍ର ଭାବରେ ଭାରତ ଅଧିକ ପରିପକ୍ୱ ହେବାର ଯାତ୍ରା ବୋଲି ସେ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସୁପ୍ରିମକୋର୍ଟ ଦେଶବାସୀଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରିଥିଲେ ଏବଂ ପ୍ରତିଥର ରାଷ୍ଟ୍ରୀୟ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ସର୍ବଦା ଜାତୀୟ ଅଖଣ୍ଡତାକୁ ସୁରକ୍ଷା ଦେଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତବାସୀ କେବେ ବି ସୁପ୍ରିମକୋର୍ଟ କିମ୍ବା ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ନାହାନ୍ତି। ସେଥିପାଇଁ ସୁପ୍ରିମକୋର୍ଟର ୭୫ ବର୍ଷ ପୂର୍ତ୍ତି ଗଣତନ୍ତ୍ରର ଜନନୀ ଭାବେ ଭାରତର ଗୌରବ ବୃଦ୍ଧି କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ, ଏଥିରେ ‘ସତ୍ୟମେବ ଜୟତେ’ କୁହାଯାଉଥିବା ଘୋଷଣା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷକ ଭାବେ ବିବେଚନା କରାଯାଏ ଏବଂ ଏହା ଏକ ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି। ଏହି ଦାୟିତ୍ବ ତୁଲାଇବା ପାଇଁ ସୁପ୍ରିମକୋର୍ଟ ଚମତ୍କାର ପ୍ରୟାସ କରିଛନ୍ତି ବୋଲି ଲୋକମାନେ ସନ୍ତୋଷର ସହ କହିପାରିବେ ବୋଲି ଶ୍ରୀ ମୋଦି କହିଛନ୍ତି।

- Advertisement -

ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଆଇନଗୁଡ଼ିକର ଭାବନା ହେଉଛି- ‘ନାଗରିକ ପ୍ରଥମେ, ସମ୍ମାନ ପ୍ରଥମେ ଏବଂ ନ୍ୟାୟ ପ୍ରଥମେ’। ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବକୁ ଦୂର କରିବା ପାଇଁ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଦେଶରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ପାଇଁ ପାଖାପାଖି ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଅମୃତକାଳରେ ୧୪୦ କୋଟି ଦେଶବାସୀଙ୍କର କେବଳ ଗୋଟିଏ ସ୍ୱପ୍ନ ରହିଛି- ବିକଶିତ ଭାରତ, ନୂଆ ଭାରତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏକ ଷ୍ଟାମ୍ପ୍ ଓ ମୁଦ୍ରା ଉନ୍ମୋଚନ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏହି ସମ୍ମିଳନୀ ଚଳିତ ବର୍ଷ ମାର୍ଚ୍ଚରେ କଚ୍ଛଠାରେ ଅନୁଷ୍ଠିତ ସର୍ବଭାରତୀୟ ଜିଲ୍ଲା ବିଚାରପତି ସମ୍ମିଳନୀର ଏକ ପରବର୍ତ୍ତୀ ପର୍ଯ୍ୟାୟ, ଯେଉଁଠାରେ ଭାରତୀୟ ନ୍ୟାୟପାଳିକା ଏବଂ ଆଇନ ବ୍ୟବସ୍ଥା ଓ ସମାଜର ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ ଜିଲ୍ଲା ନ୍ୟାୟପାଳିକା ଏବଂ ଅନ୍ୟ ସମସ୍ତଙ୍କ ମଧ୍ୟରେ ଆଲୋଚନାକୁ ସୁଗମ କରିବ ଯାହା ଦ୍ୱାରା ପ୍ରତ୍ୟକ୍ଷ ନ୍ୟାୟପାଳିକା ବିଚାରପତିଙ୍କ ଚିନ୍ତାକୁ ବୁଝିବା ସହ ଭାରତୀୟ ଆଇନ ବ୍ୟବସ୍ଥାର ଭବିଷ୍ୟତ ପାଇଁ ସାମୂହିକ ଦୃଷ୍ଟିକୋଣ ପ୍ରସ୍ତୁତ କରିବାରେ ସକ୍ଷମ ହେବ।

ଏହି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇଛନ୍ତି ଯେ ଇ-କୋର୍ଟ ତୃତୀୟ ପର୍ଯ୍ୟାୟ ଅଧୀନରେ ପ୍ରାୟ ୭ ହଜାର ୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯେଉଁଥିରେ କ୍ଲାଉଡ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇତ୍ୟାଦି ବୃଦ୍ଧି କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories