www.samajalive.in
Sunday, December 7, 2025
15.1 C
Bhubaneswar

ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ପକ୍ଷରୁ ହସ୍ପିଟାଲଗୁଡିକୁ ୧୦ଟି ଅଟୋମାଟିକ ବ୍ଲଡପ୍ରେସର ମେଶିନ ବିତରଣ

ଭୁବନେଶ୍ୱର: ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍‌ଆର୍‌) ‘କମିଟେଡ ଟୁ କେୟାର୍‌’ର ଶୁଭାରମ୍ଭ କରିଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଭୁବନେଶ୍ୱରର ପଟିଆ ଅର୍ବାନ କମ୍ୟୁନିଟି ହେଲ୍‌ଥ ସେଂଟର୍ (ୟୁସିଏଚ୍‌ସି)ଠାରେ ଆୟୋଜିତ ହୋଇଥିଲା । ଏହି ଅଭିଯାନର ଅଂଶ ଭାବେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ପକ୍ଷରୁ ଓଡିଶାର ୯ଟି ହସ୍ପିଟାଲରେ ୧୦ଟି ଅଟୋମାଟିକ ବ୍ଲଡ ପ୍ରେସର ମେଶିନ୍ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଟିଆ ୟୁସିଏଚ୍‌ସିର ମେଡିକାଲ ଅଫିସର ଇନ୍ ଚାର୍ଜ (ଏମ୍‌ଓଆଇସି) ଡଃ ଆସିମ ମହାନ୍ତି ଓ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।

ପଟିଆ ୟୁସିଏଚ୍‌ସିର ମେଡିକାଲ ଅଫିସର ଇନ୍ ଚାର୍ଜ (ଏମ୍‌ଓଆଇସି), ଡଃ ଆସିମ ମହାନ୍ତି କମ୍ପାନୀର ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, “ଲୋକମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡର ନିଷ୍ଠା ପ୍ରଶଂସନୀୟ ଅଟେ । ଆଜି ୧୦ଟି ଅଟୋମାଟିକ ବ୍ଲଡ ପ୍ରେସର ମେଶିନର ବିତରଣ, ଗ୍ରହଣକାରୀ ହସ୍ପିଟାଲଗୁଡିକର ଡାଇଗ୍ନୋଷ୍ଟିକ କ୍ଷମତାକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଅଟେ, ଯାହା ରୋଗୀ ସେବାକୁ ବହୁମାତ୍ରାରେ ଉନ୍ନତ କରିବ ଏବଂ ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବ ।”

- Advertisement -

ଜିକିତ୍ସା ହେଲ୍‌ଥକେୟାର ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ସମୁଦାୟର ସୁସ୍ଥତା ପ୍ରତି ଜିକିତ୍ସାର ପ୍ରତିବଦ୍ଧତାକୁ ମହତ୍ୱ ଦେଇ କହିଛନ୍ତି, “ କମିଟେଡ ଟୁ କେୟାର’ ମାଧ୍ୟମରେ ଆମେ ହସ୍ପିଟାଲଗୁଡିକୁ ଜରୁରୀ ମେଡିକାଲ ଉପକରଣ ପ୍ରଦାନ କରୁଛୁ । ଆଜି ଏହି ଅଭିଯାନ ଅନ୍ତର୍ଗତ ୯ଟି ହସ୍ପିଟାଲରେ ୧୦ଟି ଅଟୋମାଟିକ ବ୍ଲଡ ପ୍ରେସର ମେଶିନ୍ ବିତରଣ କରାଯାଇଛି । ହସପିଟାଲ କର୍ମଚାରୀମାନେ ଯେପରି ଜଟିଳ ସ୍ଥିତିଗୁଡିକୁ ପରିଚାଳନା କରିବା ପାଇଁ ସୁସଜ୍ଜିତ ରହିବେ ତାହା ସୁନିଶ୍ଚିତ କରୁଛୁ । ଆମର ଲକ୍ଷ୍ୟ ହେଉଛି ସର୍ବୋତମ ଯତ୍ନ ପ୍ରଦାନ କରିବା ଓ ଅଧିକ ଜୀବନ ବଂଚାଇବା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସଶକ୍ତ କରିବା ।” ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ପହଂଚଯୋଗ୍ୟ ଓ ସୁଲଭ କରିବା ପାଇଁ ପ୍ରତିବଦ୍ଧ ରହିଛି । ‘କମିଟେଡ ଟୁ କେୟାର’ କାର୍ଯ୍ୟକ୍ରମ ସାମାଜିକ ଦାୟିତ୍ୱ ଓ ସମୁଦାୟ କଲ୍ୟାଣ ପ୍ରତି କମ୍ପାନୀର ସମର୍ପଣଭାବକୁ ରେଖାଙ୍କିତ କରୁଛି ।

ବର୍ତମାନ ଜିକିତ୍ସା ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୩୬୦ଟି ଆମ୍ବୁଲାନ୍ସ ସମେତ ଜଳବନ୍ଦୀ ଅଂଚଳଗୁଡିକ ପାଇଁ ୬ଟି ବୋଟ୍ ଆମ୍ବୁଲାନ୍ସର ପରିଚାଳନା କରୁଛି । ଭୁବନେଶ୍ୱରରେ ଥିବା ଏହାର ଅତ୍ୟାଧୁନିକ ସେଂଟ୍ରାଲାଇଜ୍‌ଡ କଲ୍ ସେଂଟର୍ ଏହି ସେବାଗୁଡିକୁ ସଂଯୋଜିତ କରୁଛି ଏବଂ ରାଜ୍ୟର ପ୍ରତ୍ୟେକ କୋଣରୁ ୧ କୋଟିରୁ ଅଧିକ ରୋଗୀଙ୍କ ଉଦ୍ଧାର କାର୍ଯ୍ୟକୁ ସୁଗମ କରିଛି । ରୋଗୀଙ୍କ ପକ୍ଷରୁ କରାଯାଉଥିବା କଲ୍‌ଗୁଡିକ ପାଇଁ କମ୍ପାନୀର ତତ୍କାଳ ପ୍ରତିକ୍ରିୟା ଓ ଆମ୍ବୁଲାନ୍ସଗୁଡିକର ରଣନୈତିକ ଅବସ୍ଥିତି ବ୍ୟାପକ କଭରେଜ ଏବଂ ଓଡିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ପ୍ରି-ହସ୍ପିଟାଲ କେୟାରକୁ ସୁନିଶ୍ଚିତ କରୁଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories