www.samajalive.in
Thursday, December 11, 2025
15.1 C
Bhubaneswar

ପତ୍ନୀଙ୍କ ପାଇଁ ଘୂର୍ଣ୍ଣାୟମାନ ଘର ତିଆରି କଲେ ୭୨ ବର୍ଷ ବୟସ୍କ ବ୍ୟକ୍ତି

ସାରାୟେଭୋ: ବୋସନିଆ ହେର୍ଜଗୋଭିନାର ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ନିଜ ପତ୍ନୀଙ୍କ ଇଛାକୁ ସମ୍ମାନ ଜଣାଇ ଏକ ଘୂର୍ଣ୍ଣାୟମାନ ଘର ତିଆରି କରିଛନ୍ତି । ଏହାକୁ ‘ପ୍ରେମର ସ୍ମାରକୀ’ ବୋଲି କୁହାଯାଉଛି । ସବୁଠାରୁ ବଡ କଥା ହେଉଛି, ବ୍ୟକ୍ତିଜଣକ ନିଜେ ଏହି ଘର ତିଆରି କରିଥିବାବେଳେ ସେ ଜଣେ ତାଲିମପ୍ରାପ୍ତ ବୈଷୟିକବିତ୍‍ ନୁହନ୍ତି । ଏପରିକି ସେ କଲେଜ ଯିବାର ସୁଯୋଗ ମଧ୍ୟ ପାଇନାହାନ୍ତି । ବୋସନିଆର ଉତ୍ତର ଭାଗରେ ଏଭଳି ଘର ପ୍ରଥମ ଥର ପାଇଁ ତିଆରି କରାଯାଇଛି । ଘର ସମ୍ପୂର୍ଣ୍ଣ ହେବାପରେ ଅନେକ ଲୋକ ତାହା ଦେଖିବାକୁ ଆସୁଛନ୍ତି ।
ଭୋଜିନ କ୍ୟୁସିକ ନାମ ଏହି ବ୍ୟକ୍ତି ଜଣକ ହେଉଛନ୍ତି ସାରବାକ୍‍ ର ବାସିନ୍ଦା । ସେ ନିଜ ପତ୍ନୀ ଲୁଜିବାକାଙ୍କ ଇଛା ପୂରଣ କରିବାକୁ ଏଭଳି ଘର ତିଆରି କରିଛନ୍ତି । ଘର ଚାରିପଟେ ସବୁଜ ଘାସପଡିଆ ଏବଂ ଘର ଉପରେ ଧାତବ ଚଦର ପକାଯାଇଛି । ଘରେ ଏକାଧିକ ଝରକା ରହିଛି, ଯାହା ଦ୍ୱାରା ବାହାର ଦୃଶ୍ୟ ଭଲ ଭାବରେ ଦେଖିହେବ । ଭୋଜିନଙ୍କ କହିବା ଅନୁଯାୟୀ ସେ ପରିବାର ବ୍ୟବସାୟରୁ ଅବସର ନେବାପରେ ତାଙ୍କ ପିଲାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଘର ତିଆରି କରିବାକୁ ତାଙ୍କୁ ସମୟ ମିଳିଯାଇଥିଲା । ତେବେ ଏଭଳି ଘର ତିଆରି କରିବା ପଛର କାରଣ ବିଷୟରେ ସେ କହିଛନ୍ତି ଯେ ସେମାନଙ୍କର ପୂର୍ବରୁ ଥିବା ଘରର ସମ୍ମୁଖ ଅଗଣାକୁ କେହି ପ୍ରବେଶ କଲେ ତାହା ଘରେ ଥାଇ ଦେଖିବା ସମ୍ଭବ ନଥିଲା । ତାହାଛଡା ତାଙ୍କ ଶୋଇବା କୋଠରୀର ଦ୍ୱାର ସୂର୍ଯ୍ୟଙ୍କ ଆଡକୁ ରହୁ ବୋଲି ପତ୍ନୀ ଚାହିଁଥିଲେ । ଶେଷରେ କ୍ୟୁସିକ ଏମିତି ଏକ ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ, ଯାହା ୩୬୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲି ପାରୁଥିବ । ଘର ଭିତରେ ଥାଇ ଘର ପାଖକୁ କିଏ ଆସିଲେ ଗଲେ କିମ୍ବା ବଗିଚାର ଯେକୌଣସି ଭାଗକୁ ସହଜରେ ଦେଖିହେବ । ତାହା ଶେଷରେ ସାକାର ହୋଇଛି । ତାଙ୍କର ଘୂର୍ଣ୍ଣାୟମାନ ଘର ଏବେ ପ୍ରସ୍ତୁତ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories