ବଡ଼ ଖବର :
# ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ।
# ଲୋଧିରୋଡ ଶ୍ମଶାନରେ ବୁଧବାର ଅପରାହ୍ଣରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।
# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦କୁ ରଦ୍ଦ କରିଛନ୍ତି। ସମ୍ବିଧାନର ଧାରା ୩୭୦ ଅନୁସାରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳୁଥିଲା।
# ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ପାର୍ଲାମେଣ୍ଟର ଉଭୟ ସଦନରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
# ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ୦.୩୫ ଭାଗ ହ୍ରାସ କରି ଏହାକୁ ଶତକଡ଼ା ୫.୪ ଭାଗରେ ରଖିଛି। ଅର୍ଥନୀତିକୁ ସାହାଯ୍ୟ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।
# ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି। ଡିଜିିପି ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ଶର୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
# ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ।
# ଗତ ୨୪ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କାଶୀପୁରରେ ସର୍ବାଧିକ ୩୩୦ ମିମି ବର୍ଷା ରେକର୍ଡ କରାଯାଇଛି।
ଆଞ୍ଚଳିକ :
# ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
# ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ତୀବ୍ର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ପ୍ରବଳରୁଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
# ଗତ ୨୪ଘଣ୍ଟା ମଧ୍ୟରେ କାଶୀପୁରରେ ସର୍ବାଧିକ ୩୩୦ ମିମି ବର୍ଷା ରେକର୍ଡ କରାଯାଇଛି।
# ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ପୁରୀରେ ୩୧୭.୪ ମିଲି, ସୋନପୁର ତରଭାରେ ୧୨୯ମିମି ବର୍ଷା, ମୁନିଗୁଡାରେ ୨୧୦ମିମି, ଦାରିଙ୍ଗବାଡିରେ ୧୪୫ମିମି, ମାଲକାନଗିରି କୋରକୋଣ୍ଡାରେ ୧୭୫ମିମି ବର୍ଷା ରେକର୍ଡ କରାଯାଇଛି।
# ଏହାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ତହସିଲଦର, ଜିଲ୍ଲାପାଳ, ଏଡିଏମ୍ଓ ଓ ବିଡ଼ିଓଙ୍କୁ ଦାୟିତ୍ୱ ଦିଆଯାଇଛି।
# ରାୟଗଡା ଜିଲ୍ଲାର ଆମ୍ବାଦଳା ନିକଟରେ ରେଳଧାରଣା ଧୋଇହୋଇ ଯିବା ଫଳରେ ଗୋଟିଏ ମାଲବାହୀ ଟ୍ରେନ୍ର ୩ଟି ବଗି ତଳକୁ ଖସିପଡିଛି। ସେହି ରୁଟରେ ଚଳାଚଳ କରୁଥିବା କେତେକ ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକର ଗତିପଥ ପରିବର୍ତ୍ତନ କରାଯାଇଛି।
# ବଂଶଧାରା ଜଳସ୍ତର ବୃଦ୍ଧି କାରଣରୁ ବନ୍ୟା ପରିସ୍ଥିତି ଉପୁଜିଥିବା ତଳିଆ ସ୍ଥାନରୁ କାଶୀନଗରର ୨୦୦ ଲୋକଙ୍କୁ ଉଦ୍ଧାର କରି ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ନଦୀଜଳ ପଶିଥିବାରୁ ଗୁଡାରୀ ଓ ବିଷମକଟକ କୁଟରାଗଡାରୁଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
# ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି, ଏହି ଅବସରରେ ସୁଷମା ସ୍ୱରାଜଙ୍କ ଆତ୍ମାର ସଦଗତି ପାଇଁ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନାଦ
# ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପାସ୍ହାର ୪୩. ୭୨ ହୋଇଛି। ମୋଟ୍ ୧୧ହଜାର ୪୪୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
# ଚଳିତବର୍ଷ ୨୭ହଜାର ୭୨୮ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ ଓ ୧୨୯୬ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା।
# ଚଳିତବର୍ଷର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ପାସ୍ ହାର ୬୩.୪୪ ହୋଇଛି।
# ବରିଷ୍ଠ ଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀ ଭାବେ ବିଜୟ କୁମାର ଶର୍ମା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଶର୍ମା ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି।
ଜାତୀୟ:
# ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ।
# ଲୋଧିରୋଡ ଶ୍ମଶାନରେ ବୁଧବାର ଅପରାହ୍ଣରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।
# ସୁପ୍ରିମକୋର୍ଟରେ ଆଜିକୁ ମିଶାଇ କ୍ରମାନ୍ୱୟରେ ଦ୍ୱିତୀୟ ଦିନ ପାଇଁ ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ଜମି ବିବାଦର ଶୁଣାଣି ହେଉଛି। ପୂର୍ବରୁ ଏହି ବିବାଦର ମଧ୍ୟସ୍ଥତା ଜରିଆରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ବିଫଳ ହେବା ପରେ ସୁପ୍ରିମକୋର୍ଟ ମାମଲାର ମଙ୍ଗଳବାର ଦୈନନ୍ଦିନ ଶୁଣାଣି ଆରମ୍ଭ କରିଛନ୍ତି।
# ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲାଙ୍କ ସମେତ ଅନ୍ୟ କେତେଜଣ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାରରେ ଜଣେ ଓକିଲ ପଶ୍ଚିମ ଚମ୍ପାରଣର ବେତିୟା କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି।
# ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦର ଦିନକ ପରେ ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦର ବିଭିନ୍ନ ସ୍ଥାନରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ରାଜ୍ୟସଭା ଭାଷଣ ‘ଅଖଣ୍ଡ ଭାରତ’ର ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ଇସଲାମାବାଦ ପୁଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।
# ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍ ୦.୩୫ ଭାଗ ହ୍ରାସ କରି ଏହାକୁ ଶତକଡ଼ା ୫.୪ ଭାଗରେ ରଖିଛି। ଅର୍ଥନୀତିକୁ ସାହାଯ୍ୟ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।
ଆନ୍ତର୍ଜାତୀୟ:
# ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ, ୧୫୦ ଆହତ ହୋଇଛନ୍ତି ।
# ମିଳିତ ଜାତିସଙ୍ଘର ପାଲେଷ୍ଟାଇନ ଶରଣାର୍ଥୀ ସଂସ୍ଥାକୁ ଭାରତ ୫ ମିଲିୟନ ଆମେରିକୀୟ ଡଲାର ଦାନ କରିଛି



