www.samajalive.in
Saturday, December 13, 2025
15.1 C
Bhubaneswar

ଆଉ ୬ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା, ୭୦ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ଆଜି ରାଜ୍ୟରୁ ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ସୋମବାର ମୃତ୍ୟୁ ବରଣ କରିଥିବା ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ମୃତ୍ୟୁ ବରଣ କରିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଗଞ୍ଜାମ ଜିଲାରୁ ରହିଥିବା ବେଳେ ଜଣେ କଟକ ଏବଂ ଅନ୍ୟ ଜଣେ ଭୁବନେଶ୍ବରରୁ ରହିଛନ୍ତି। ଗଞ୍ଜାମ ଜିଲାରୁ ମୃତ୍ୟୁବରଣ କରିଥିବା ୪୫ ବର୍ଷୀୟ ଆକ୍ରାନ୍ତଙ୍କର ଥିଲା ମଧୁମେହ ଓ ଉଚ୍ଚ ରକ୍ତଚାପ । ସେହିପରି ହୃଦରୋଗ ଓ କିଡନୀ ରୋଗରେ ପୀଡିତ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି ଏହା ବ୍ୟତୀତ ମଧୁମେହ ରୋଗ ଥିବା ୪୯ ବର୍ଷୀୟ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନାରେ ଆଖି ବୁଜିଛନ୍ତି ଆଉ ଜଣେ ୬୩ ବର୍ଷୀୟ ଆକ୍ରାନ୍ତ । ଏହାକୁ ମିଶାଇ ଗଞ୍ଜାମ ଜିଲାର କରୋନା ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି ।

- Advertisement -


ସେହିପରି କଟକ ଜିଲାର ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କଟକ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇଛନ୍ତି ଜଣେ ୬୭ ବର୍ଷୀୟ ବ୍ୟକ୍ତି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ ।


ଅନ୍ୟପଟେ ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କର ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲାର ଏହି ୧୭ ବର୍ଷୀୟ ଆକ୍ରାନ୍ତ ଜଣଙ୍କ ଫୁସୁଫୁସ୍ କର୍କଟରେ ମୃତ୍ୟୁ ବରଣ କରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories