ବିଜନୋର(ୟୁପି): ଜଙ୍ଗଲକୁ ଚାରା ସଂଗ୍ରହ କରିବାକୁ ଯାଇଥିବା ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଚିତାବାଘ ଶିକାର କରିଛି ଏବଂ ଜଙ୍ଗଲରୁ ତାଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଛି ବୋଲି ଉତ୍ତର ପ୍ରଦେଶ ବିଜନୋର ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।
ଚାନ୍ଦପୁର ବନ ରେଞ୍ଜର ଦୁଷ୍ୟନ୍ତ କୁମାର କହିଛନ୍ତି ଯେ ସମୀନା (୫୦) ରବିବାର ସନ୍ଧ୍ୟାରେ ବିଜନୋର ଜିଲାର ସବଦଲପୁର ତେଲି ଗ୍ରାମ ନିକଟ ଜଙ୍ଗଲରୁ ଚାରା ସଂଗ୍ରହ କରିବାକୁ ଯାଇଥିଲେ।
ସେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଜଙ୍ଗଲରେ ତାଙ୍କର ମୃତଦେହ ଠାବ କରିଥିଲେ।
ସମୀନାଙ୍କ ଶରୀରରେ ଚିତାବାଘର ପଞ୍ଝା ଚିହ୍ନ ଥିବା ଦେଖିବାକୁ ମିଳିଥିଲା। କ୍ଷତବିକ୍ଷତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହରେ ଚିତାବାଘର ପଞ୍ଝା ଚିହ୍ନ ଥିବା ଦେଖିବାକୁ ମିଳିଥିବାରୁ ତାଙ୍କୁ ଚିତାବାଘ ଶିକାର କରି ମାରିଦେଇଛି ବୋଲି ଚାନ୍ଦପୁର ବନ ରେଞ୍ଜର ଦୁଷ୍ୟନ୍ତ କୁମାର ପ୍ରକାଶ କରିଛନ୍ତି।



