www.samajalive.in
Sunday, December 7, 2025
16.1 C
Bhubaneswar

କେନ୍ଦ୍ରର ନିଷ୍ପତ୍ତି : କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର

ନୂଆଦିଲ୍ଲୀ : କରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର ନିଜ ନିଷ୍ପତ୍ତି ସମ୍ପର୍କରେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି। ନିଷ୍ପତ୍ତି ଅନୁଯାୟୀ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। କେବଳ ସେତିକି ନୁହେଁ, ଭବିଷ୍ୟତରେ ମଧ୍ୟ କରୋନା ସଂକ୍ରମିତ ହୋଇ ମୃତ୍ୟୁ ଘଟିବାକୁ ଥିବା ବ୍ୟକ୍ତିଙ୍କ ପରିବାରକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏପରିକି କରୋନା ସମ୍ପର୍କିତ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ। ତେବେ ଏହି ଅନୁକମ୍ପା ସହାୟତା ରାଶି ପ୍ରଦାନର ଆଥିକ ଭାର କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଦେଇଛନ୍ତି। ଅର୍ଥାତ୍ ରାଜ୍ୟ ସରକାରମାନେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆରଏଫ୍‌)ରୁ ଏହି ଅର୍ଥ ପ୍ରଦାନ କରିବେ। ସହାୟତା ରାଶି ପ୍ରଦାନ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନଡିଏମ୍‌ଏ) ସୁପାରିସ କରିଛନ୍ତି। କୋଭିଡ-୧୯ରେ ପ୍ରାଣ ହରାଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ଆଧାରରେ ଏହି ସହାୟତା ଦିଆଯିବ। ଏହା ପୂର୍ବରୁ ସେପ୍ଟେମ୍ବର ୩ରେ କେନ୍ଦ୍ର ସରକାର କରୋନା ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ
ମାର୍ଗଦର୍ଶିକା ଜାରି କରିଥିଲେ। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର) ଦ୍ବାରା ଜାରି ମାର୍ଗଦର୍ଶିକାରେ କେଉଁ ପ୍ରକାର ମୃତ୍ୟୁକୁ କରୋନା ସଂକ୍ରମଣ ଜନିତ ମୃତ୍ୟୁରୁ ବାଦ୍‌ ଦିଆଯିବ ତାହା ଦର୍ଶାଯାଇଛି।
କେନ୍ଦ୍ର ସରକାର କହିଛନ୍ତି ଯେ କରୋନା ସହାୟତା ରାଶି ପ୍ରଦାନ ସମ୍ପର୍କିତ ଦାବିଗୁଡିକୁ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅନୁମୋଦନ କରିବେ। ଏ ସମ୍ପର୍କରେ ଆବଶ୍ୟକ ଯାଞ୍ଚ ମଧ୍ୟ କରାଯିବ। ମୃତ୍ୟୁ ପ୍ରମାଣପତ୍ର ଦାଖଲର ୩୦ ଦିନ ମଧ୍ୟରେ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ଏହି ପ୍ରକ୍ରିୟା ଅତ୍ୟନ୍ତ ସରଳ ଓ ଅନୁକୂଳ କରାଯିବ।
ପ୍ରକାଶଥାଉକି, କରୋନା ମୃତ୍ୟୁ କ୍ଷେତ୍ରରେ ଆଗରୁ ବିହାର ସରକାର ପରିବାର ପିଛା ୪ଲକ୍ଷ ଟଙ୍କା, ମଧ୍ୟପ୍ରଦେଶ ସରକାର ପରିବାର ପିଛା ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିଭଳି ଦିଲ୍ଲୀ ସରକାର ମଧ୍ୟ ପୂର୍ବରୁ ପ୍ରତି କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏ ସମ୍ପର୍କରେ ଅଦାଲତ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। ତେବେ ଏପରି କ୍ଷତିପୂରଣ ପ୍ରଦାନ ନିୟମ ବହିର୍ଭୂତ ଓ ଏତେ ପରିମାଣର ଅର୍ଥ ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ପ୍ରଥମେ କହିଥିଲେ। ତେବେ ଜୁନ୍ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରିବା ଲାଗି ଏନଡଏମଏକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୬ସପ୍ତାହ ସମୟ ଦିଆଯାଇଥିଲା। ପ୍ରକାଶଥାଉକି, ବୁଧବାର ସୁଦ୍ଧା ଦେଶରେ ୪,୪୫,୭୬୮ ବ୍ୟକ୍ତି କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories