କଣ୍ଟାବାଞ୍ଜି: ତୁରେକେଲା ଥାନା ଅଞ୍ଚଳରେ ବେଆଇନ ଶ୍ରମିକ ଚାଲାଣ ବେଳେ ୩ ଶିଶୁ ସହ ୫ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ଶ୍ରମିକମାନଙ୍କୁ ପଚରାଉଚରା କରାଯିବା ପରେ ଏହି ଘଟଣାରେ ପୁଲିସ କୁସପାଲି ଗାଁର ୨ ସର୍ଦ୍ଦାରଙ୍କୁ ଗିରଫ କରିଛି। ଏହି ୨ ସର୍ଦ୍ଦାର ହେଲେ ତନୁର୍ଜ ମେହେର (୩୨), ଛବିଳ ନିଆଳ (୩୯)। ତୁରେକେଲା ପୁଲିସ ପକ୍ଷରୁ ଥାନାରେ ଏକ ମାମଲା(୨୭୬/୨୫) ଦଫା ୩୧୮(୨), ୧୪୬, ୧୪୩, ୨୯୬, ୩୫୧(୩), ୩(୫) ବିଏନଏସ, ଆରଡବ୍ଲୁ ସେକ୍ସନ ୨୫, ୧୮ଏମଡବ୍ଲୁ ଆକ୍ଟରେ ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
Popular Categories



