www.samajalive.in
Friday, December 5, 2025
26.1 C
Bhubaneswar

ଚତୁର୍ଥ ଟେଷ୍ଟ: ଅସ୍ଥିର ପ୍ରଦର୍ଶନ ଭାରତର ଚିନ୍ତା

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଏଥିମଧ୍ୟରେ ୩ଟି ଟେଷ୍ଟ ଶେଷ ହୋଇଛି। ଶୁଭମନ ଗିଲ୍‌ଙ୍କ ନେତୃତ୍ବାଧିନ ଭାରତ ଘରୋଇ ଇଂଲଣ୍ଡକୁ କଡା ଟକ୍କର ଦେଉଛି। ଭାରତ ଏବେ ସୁଦ୍ଧା ୧-୨ରେ ପଛୁଆ ରହିଥିଲେ ମଧ୍ୟ ଶୃଙ୍ଖଳା ପ୍ରତିଦ୍ବନ୍ଦ୍ବିତା ହେଉଛି। ଭାରତ ହେଡିଂଲି ଟେଷ୍ଟରେ ୫ ୱିକେଟରେ ପରାଜିତ ହୋଇଥିଲେ ମଧ୍ୟ ଲଢୁଆ ପ୍ରଦର୍ଶନ କରିଥିଲା। ମ୍ୟାଚ ଶେଷ ଦିନର ଅନ୍ତିମ ସେକ୍ସନ ପଯ୍ୟନ୍ତ ଯାଇଥିଲା। ଏଜବାଷ୍ଟନ ଟେଷ୍ଟରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାଚକୁ ୩୩୬ରନରେ ଜିତିବା ସହ ଶୃଙ୍ଖଳାକୁ ୧-୧ ବରାବର କରିଥିଲା। ଲର୍ଡସରେ ତୃତୀୟ ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜିତ ହୋଇଥିଲା। ଚତୁର୍ଥ ଟେଷ୍ଟ ଚଳିତ ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ଓଲ୍‌ଡ ଟ୍ରା​‌େ​‌ଫାର୍ଡରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଉକ୍ତ ଶୃଙ୍ଖଳାର ପ୍ରଥମ ୩ଟି ମ୍ୟାଚ ମଧ୍ୟରୁ ପ୍ରଥମ ଓ ୩ୟ ମ୍ୟାଚରେ ଦଳ ଅସ୍ଥିର ପ୍ରଦର୍ଶନ ଯୋଗୁ ପରାଜିତ ହୋଇଛି। ବ୍ୟାଟିଂ ବିଭାଗରେ ଭାରତର ଅସ୍ଥିର ପ୍ରଦର୍ଶନ ରହିଛି। ଯାହା ଚିନ୍ତାର ବିଷୟ। ଅଧିନାୟକ ଶୁଭମନ ଗିଲ୍‌ ୬ଟି ଇନିଂସରୁ ୬୦୭ରନ ଓ ଋଷଭ ପନ୍ତ ୪୨୫ରନ କରିଛନ୍ତି। ଏହା ବାଦ୍‌ ଲୋକେଶ ରାହୁଲ, ଯଶସ୍ବୀ ଜୟସୱାଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ରନ କରୁଛନ୍ତି। ଜୟସୱାଲଙ୍କ ଦୁର୍ବଳ ସଟ୍‌ ମନୋନୟନ ଚିନ୍ତାର ବିଷୟ ହୋଇଛି।ଅନ୍ୟପକ୍ଷରେ କରୁଣ ନାୟରଙ୍କୁ ନେଇ ମଧ୍ୟ ଭାରତ ଚିନ୍ତାରେ ରହିଛି। କରୁଣ ୩ଟି ମ୍ୟାଚ ଖେଳି ୬ଟି ଇନିଂସରୁ ୧୩୧ରନ କରିଛନ୍ତି। ଓଲ୍‌ଡ ଟ୍ରାଫୋର୍ଡରେ କରୁଣଙ୍କ ସ୍ଥାନରେ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିବା ନେଇ ଆଶା କରାଯାଉଛି।

ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମହମ୍ମଦ ସିରାଜ ୧୩ଟି, ଯଶପ୍ରୀତ ବୁମ୍‌ରା ୧୨ଟି ଓ ଆକାଶ ଦୀପ୍‌ ୧୨ଟି ୱିକେଟ ନେଇଛନ୍ତି। ୱାଶିଂଟନ ସୁନ୍ଦର ୨ଟି ଟେଷ୍ଟରୁ ୭୭ରନ କରିଥିବାବେଳେ ୫ଟି ୱିକେଟ ନେଇଛନ୍ତି। ନୀତିଶ କୁମାର ରେଡ୍ଡି ୨ଟି ମ୍ୟାଚରୁ ୪୫ରନ କରିଥିବାବେଳେ ୩ଟି ୱିକେଟ ନେଇଛନ୍ତି।ଦ୍ରୁତ ବୋଲିଂ ବିଭାଗରେ ଭାରତ ବୁମ୍‌ରା, ଆକାଶ ଦୀପ୍‌ ଓ ସିରାଜ ଖେଳିବା ନିଶ୍ଚିତ। ସ୍ପିନ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ନୀତିଶ କୁମାର ରେଡ୍ଡିଙ୍କ ସ୍ଥାନରେ କୁୂଳଦୀପ ଯାଦବଙ୍କୁ ଭାରତ ଖେଳାଇବା ନେଇ ଚିନ୍ତା କରିପାରେ। କାରଣ କୁଳଦୀପ ସ୍ପିନ ସ୍ପେଶାଲିଷ୍ଟ ଭାବେ ମ୍ୟାଚ ଖେଳିବେ। ଭାରତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୪୭୧ ଓ ଦ୍ବିତୀୟ ଇନିଂସରେ ୩୬୪ରନ କରିଥିଲା। ବୋଲିଂରେ ମଧ୍ୟ ଦଳ ଇଂଲଣ୍ଡର ୧୫ଟି ୱିକେଟ ନେଇଥିଲେ। ଉକ୍ତ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତର ଦୁର୍ବଳ ବୋଲିଂ ପାଇଁ ଇଂଲଣ୍ଡ ମ୍ୟାଚ ଜିତିଥିଲା। ଦ୍ବିତୀୟ ଟେଷ୍ଟରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମ ଇନିଂସରେ ୫୮୭ ଓ ଦ୍ବିତୀୟ ଇନିଂସରେ ୬ ୱିକେଟରେ ୪୨୭ରନ କରି ପାଳି ଘୋଷଣା କରିଥିଲା। ତୃତୀୟ ଟେଷ୍ଟରେ ଭ​‌ାରତ ବୋଲିଂରେ ଭଲ ପ୍ରଦର୍ଶନ କରିଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲ।ା ଏବେ ଭାରତ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟ ନେଇ ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟ ଖେଳିବ। ଭାରତକୁ ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ସ୍ଥିର ପ୍ରଦର୍ଶନ କରିବାକୁ ପଡ଼ିବ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories