www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ୪ର୍ଥ କରୋନା ମୃତ୍ୟୁ, ଆକ୍ରାନ୍ତ ସଂଖ୍ୟା ୧୮୦; ପଞ୍ଜାବରେ ୨୧ରୁ ଯାତ୍ରୀ ପରିବହନ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଭୟଙ୍କର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ୭୦ ବର୍ଷୀୟ ଏହି ମୃତକ ଜଣକ ପଞ୍ଜାବର। ନୱାଂସହର ଜିଲାର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ ଆକ୍ରାନ୍ତ ସଂଖ୍ୟା ୧୮୦ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ କରୋନା ପାଇଁ ପଞ୍ଜାବ ସରକାର ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ ତାରିଖରୁ ରାଜ୍ୟରେ ବସ୍‌, ଅଟୋ ଏବଂ ଅନ୍ୟାନ୍ୟ ଯାତ୍ରୀ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ଗୁରୁବାର ଘୋଷଣା କରିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ଗୁରୁବାର ସୁଦ୍ଧା ୪୯ରେ ପହଞ୍ଚିଛି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶରେ ୨, ଦିଲ୍ଲୀରେ ୧୦, ହରିୟାଣାରେ ୧୭, କର୍ଣ୍ଣାନଟରେ ୧୪, କେରଳରେ ୨୭, ପଞ୍ଜାବରେ ୨, ରାଜସ୍ଥାନରେ ୭, ତାମିଲନାଡୁରେ ୧, ତେଲେଙ୍ଗାନାରେ ୧୩, ଜାମ୍ମୁ-କାଶ୍ମୀରରେ ୪, ଲଦାଖରେ ୮, ଉତ୍ତର ପ୍ରଦେଶରେ ୧୯, ଉତ୍ତରାଖଣ୍ଡରେ ୧, ଓଡ଼ିଶାରେ ୧ ଏବଂ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories