ଆଜି ବିଜେପି ସ୍ଥାପନା ଦିବସ, କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ଆଜି ଭାରତୀୟ ଜନତା ପାର୍ଟି ତାର ୪୨ ତମ ସ୍ଥାପନା ଦିବସ ପାଳନ କରୁଛି। ଦିନ ୧୦ଟାରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେବେ। ଏହି ଅବସରରେ ୧୫ ଦିନ ଧରି ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

୪୨ ତମ ସ୍ଥାପନା ଦିବସ ଉପଲକ୍ଷେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପି ମୁଖ୍ୟାଳୟରେ ଧ୍ୱଜାରୋହଣ କରିବେ ଓ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ସେ ଏକ ରକ୍ତଦାନ ଶିବିର କାର୍ଯକ୍ରମକୁ ଉଦଘାଟନ କରିବେ। ଏହି ଅବସରରେ ସାମାଜିକ ନ୍ୟାୟ ପକ୍ଷ ଭାବେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଜିଲ୍ଲା ଓ ବ୍ଲକ ସ୍ତରକୁ ନେବାର କାମ ବିଜେପି କାର୍ଯ୍ୟକର୍ତ୍ତାମାନେ କରିବୋ ବୋଲି ଜଣାପଡିଛି।

Comments are closed.