www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ପ୍ରଭାବିତ ହେବାକୁ ଥିବା ୪ଜିଲ୍ଲା ପାଇଁ ୪ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି। ସମୁଦ୍ରରେ ଅତି ଭୟାନକ ରୂପ ଧାରଣ କରିସାରିଛି ବାତ୍ୟା ‘ଅମ୍ଫନ’ । ମହାବାତ୍ୟାର ରୂପ ଧାରଣ କରିଥିବା ବାତ୍ୟା ଏବେ ଉପକୂଳ ମୁହାଁ ହୋଇଛି । ପଶ୍ଚିମବଙ୍ଗର ସୁନ୍ଦରବନ ଇଲାକାରେ ଏହା ସ୍ଥଳଭାଗରେ ମାଡ଼ ହେବବୋଲି ପୂର୍ବାନୁମାନ କରାଯାଇଛି । ଓଡିଶାର ୪ ଜିଲାରରେ ବାତ୍ୟାର ପ୍ରଭାବ ରହିବ ବୋଲି ପାଣିପାଗ ସୂଚନା ଦେବାପରେ  ରାଜ୍ୟ ସରକାର ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲାରେ ବାତ୍ୟା  ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

ବାଲେଶ୍ୱର ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବରିଷ୍ଠ ଆଇଏଏସ ଅଧିକାରୀମାନେ ସେହି ସବୁ ଜିଲ୍ଲାରେ ବାତ୍ୟା ପରିଚାଳନାକୁ ତଦାରଖ କରିବେ । ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ଓ ରିଲିଫ ବଣ୍ଟନ ନେଇ ପଦକ୍ଷେପ ମଧ୍ୟ ନିଆଯାଉଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories