www.samajalive.in
Friday, December 12, 2025
19.1 C
Bhubaneswar

ଚୋରି ସାମଗ୍ରୀ ଜବତ, ୪ ଗିରଫ

ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଦେଉଳସାହିର ବାସିନ୍ଦା ସ୍ୱରାଜ ରଥଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପିପିଲି ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଚନ୍ଦନ ବେହେରା (୨୬), ମାଳିବରାହି ଗ୍ରାମର ପ୍ରକାଶ ବେହେରା ଓରଫ ଗୁଡୁ (୩୦), ଦାଣ୍ଡମୁକୁନ୍ଦପୁର ବଜାରସାହିର ସୁରେଶ କୁମାର ସାହୁ ଓରଫ ବାୟା (୨୬) ଓ ବାସୁଦେଇପୁର ଗ୍ରାମର ଜଗବନ୍ଧୁ ଦାସ ଓ ବବୁଲୁ (୩୫)।
ସୂଚନା ଅନୁଯାଇ, ସ୍ୱରାଜ ରଥ ଗତ ୨ ତାରିଖ ଦିନ ନିଜ ଘରକୁ ତାଲା ପକାଇ ରଣପୁର ଯାଇଥିବା ବେଳେ ୪ ତାରିଖରେ ଘରକୁ ଫେରିଥିଲେ। ସିଡିଘରର ଟିଣକୁ ତାଡି କେତେକ ଦୁର୍ବୁତ୍ତ ତାଙ୍କ ଘର ମଧ୍ୟରେ ପ୍ରବେଶ କରି ଘରେ ଥିବା ଇନ୍‌‌ଭର୍ଟର ମେସିନ, ବ୍ୟାଟେରୀ, ପାଣିମୋଟର, ଟୁଲ୍‌‌କିଟ୍‌‌ ବାକ୍ସ ଓ ଘରେ ଥିବା ଷ୍ଟ୍ରିଟ୍‌‌ ଲାଇଟ୍‌‌ ଆଦିକୁ ଚୋରି କରିନେଇଥିବା ସେ ଜାଣିବାକୁ ପାଇଥିଲେ । ଏ ସଂପର୍କରେ ସେ ନିଜେ ଅନୁସନ୍ଧାନ କରିବାରେ ଉପରୋକ୍ତ ୪ ଅଭିଯୁକ୍ତ ତାଙ୍କ ଘରୁ ଚୋରି କରିଥିବାର ସେ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଏ ସଂପର୍କରେ ଗତ ୬ ତାରିଖରେ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କ ନିର୍ଦ୍ଦେଶରେ ଏଏସ୍‌‌ଆଇ ମନୋରଞ୍ଜନ ପରିଡା ଘଟଣାର ତଦନ୍ତ କରିବା ସହ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories