www.samajalive.in
Friday, December 12, 2025
17.1 C
Bhubaneswar

୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ବିରୋଧୀ ଖବର ପ୍ରସାରଣ ନେଇ ୩୬ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରାଯାଇଛି। ଏହାସହିତ ୨ଟି ଟ୍ବିଟର, ୨ଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ବ୍ଲକ କରାଯାଇଛି। ଭାରତ ବିରୋଧୀ ଖବର ପ୍ରସାରଣ ନେଇ ଅଭିଯୋଗ ଆସିବା ପରେ ୩୫ଟି ୟୁଟ୍ୟୁବ,  ୨ଟି ଟ୍ବିଟର, ୨ଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ  କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ଲକ କରାଯାଇଛି ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ ସୂଚନା ଦେଇଛନ୍ତି।

 

- Advertisement -

ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହି ଚ୍ୟାନେଲ ଗୁଡ଼ିକ ଭାରତରେ ମିଥ୍ୟା ତଥ୍ୟ ପ୍ରଚାର କରି ହିଂସା ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ କେନ୍ଦ୍ର ସରକାର ଏଗୁଡ଼ିକୁ ବ୍ଲକ କରିଛନ୍ତି। ଏଥିସହ କିଛି ଟ୍ୱିଟର, ଫେସବୁକ ଆକାଉଣ୍ଟ ଓ ୱେବସାଇଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସବୁ ଚ୍ୟାନେଲ ଓ ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା।

ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି, “ଗତକାଲି ଅର୍ଥାତ ୨୦ ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ନୂଆ ତଥ୍ୟକୁ ମନ୍ତ୍ରଣାଳୟ ତର୍ଜମା କରିଥିଲା। ଏହପରେ ଭାରତ ବିରୋଧୀ କାର୍ଯ୍ୟ ପାଇଁ ୩୫ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ଟ୍ୱିଟର ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories