www.samajalive.in
Thursday, December 11, 2025
15.1 C
Bhubaneswar

ଯୁବ ବୟସରେ ପରିବେଶ ଚିନ୍ତା – ସାଇକେଲରେ ୧୫ ହଜାର କିଲୋମିଟର ଯାତ୍ରା କରୁଛନ୍ତି ୩ ଯୁବକ

କଟକ: ଯୁବ ବୟସରେ ସାଧାରଣତଃ ଯୁବକମାନେ ପାଠ ପଢା ସହ ମଜା ମସ୍ତିରେ ସମୟ ବିତେଇ ଥାନ୍ତି। କିନ୍ତୁ ଏମିତି ବି ଯୁବକମାନେ ଅଛନ୍ତି ଯେଉଁମାନେ ମଜା ମସ୍ତି ଭୁଲି ପରିବେଶ ସୁରକ୍ଷା କଥାଚିନ୍ତା କରୁଛନ୍ତି। ଖାଲି ପରିବେଶ ସୁରକ୍ଷା କଥା ଚିନ୍ତା କରୁନାହାନ୍ତି ଲୋକମାନଙ୍କୁ ପରିବେଶ ସଚେତନତା ବାର୍ତ୍ତା ଦେବା ପାଇଁ ୧୫ ହଜାର କିଲୋମିଟର ସାଇକେଲ ଯାତ୍ରା କରୁଛନ୍ତି।

ଏମିତି ୩ ଜଣ ଯୁବକ ପରିବେଶ ସୁରକ୍ଷାର ବାର୍ତ୍ତାନେଇ ମଙ୍ଗଳବାର କଟକରେ ପହଞ୍ଚିଛନ୍ତି। କଟକରେ ପହଞ୍ଚିବା ପରେ ‘ସମାଜ’ କାର୍ୟ୍ୟାଳୟରେ ପହଞ୍ଚି ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ମାଲ୍ୟାପ୍ରଣ କରିଥିଲେ। ଏହି ତିନି ଯୁବକ ହେଲେ ଉତ୍ତାରଖଣ୍ଡର ସାଗର ଦେଭାରୀ, ରିଷଭ ଯୋଶୀ ଓ ପଙ୍କଜ ବିଷ୍ଟ। ଏହି ତିନି ଯୁବକଙ୍କ ବୟସ ୨୧ ବର୍ଷ । କିନ୍ତୁ ମାତ୍ର ୨୧ ବର୍ଷ ବୟସରେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ନଭେମ୍ବର ୬ ତାରିଖରୁ ଏହି ତିନି ଯୁବକ ବାହାରିଛନ୍ତି ସାଇକେଲ ଯାତ୍ରାରେ। କମ ବୟସ ହୋଇଥିଲେ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତାକୁ ନେଇ ବାହାରିଥିବା ଯୁବକମାନେ ୧୫ ହଜାର କିଲୋମିଟର ସାଇକେଲ ଯାତ୍ରାକରି ଲିମକା ଏବଂ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବାର ଆଶା ମଧ୍ୟ ରଖିଛନ୍ତି।

- Advertisement -

ସାଇକେଲରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରି ଉତ୍ତରାଖଣ୍ଡରୁ ନଭେମ୍ବର ୬ରୁ ବାହାରି ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡିଶାରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଏହି ଯୁବକମାନେ ନାରୀ ସଶକ୍ତିକରଣ ବାର୍ତ୍ତାନେଇ ନୈନିତାଲରୁ ଲଦାଖ ଯାଏ ପ୍ରାୟ ଅଢେଇ ହଜାର କିଲୋମିଟର ଯାତ୍ରା କରିଥିଲେ। ତିନି ଯୁବକଙ୍କ ସ୍ବପ୍ନ ଭାରତୀୟ ସେନା ବାହିନୀରେ ଯୋଗଦେବା ବୋଲି ଜଣାପଡିଛି। କଟକ‘ସମାଜ’ କାର୍ୟ୍ୟାଳୟ ପରିସରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରିଥିଲେ ଲୋକସେବକ ମଣ୍ଡଳର କଟକ ସଚିବ ଡ଼.ପ୍ରଭାସ ଆଚାର୍ୟ୍ୟ। ଏହା ପରେ ଏହି ତିନି ଯୁବକ ଭଦ୍ରକ ଦେଇ ପଶ୍ଚିମବଙ୍ଗ ଅଭିମୂଖେ ଯାତ୍ରା କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories