www.samajalive.in
Monday, December 8, 2025
14.1 C
Bhubaneswar

ଗୁଗୁଲ୍‍ ମାନଚିତ୍ରରେ ସ୍ୱାଭିମାନ ଅଞ୍ଚଳର ୩ ଗାଁ ଆନ୍ଧ୍ରରେ

ମାଲକାନଗିରି : କୋରାପୁଟ କୋଟିଆକୁ ନେଇ ଆନ୍ଧ୍ର ଓଡିଶା ବିବାଦ ଥମି ନ ଥିବା ବେଳେ ଏବେ ଗୁଗୁଲ ମାନଚିତ୍ରରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ତିନୋଟି ଗ୍ରାମ ଆନ୍ଧ୍ରପ୍ରଦେଶରେ ରହିଥିବା ଦର୍ଶାଯାଇଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିନ ଚାଲିଥିବା ବେଲେ ଆନ୍ଧ୍ର ମାନଚିତ୍ରରେ ଏହି ତିନୋଟି ଗ୍ରାମ ରହିଥିବା ଜଣାପଡିବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚିତ୍ରକୋଣ୍ଡା ବ୍ଲକ ଧୁଳିପୁଟ ପଞ୍ଚାୟତର ତିନୋଟି ଗ୍ରାମ ଜାମୁଜଡି, କତାପାଲ୍ଲି ଓ ଜୁମତାଙ୍ଗ ଆଦି ଗ୍ରାମ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ପାଡେରୁ ବ୍ଲକରେ ରହିଥିବା ଗୁଗୁଲ ମାନଚିତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଯଦିବା ପଞ୍ଚାୟତ ନିର୍ବାଚନ ନେଇ ଏହି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶର କୌଣସି ରାଜନୈତିକ ଦଳ କିମ୍ବା ପୋଷ୍ଟର ଦେଖିବାକୁ ମିଳିନାହିଁଁ କିମ୍ବା ନିର୍ବାଚନ ନେଇ ଓଡିଶାବାସୀଙ୍କୁ କୌଣସି ପ୍ରକାର ଚାପ ପକାଯାଉନାହିଁ, ତଥାପି ଆଗାମୀ ଦିନରେ ଆନ୍ଧ୍ର ସରକାର ପୁଣି ଏହି ଅଞ୍ଚଳକୁ ନିଜ କବଜାରେ ନେବାପାଇଁ ପ୍ରୟାସ କରିବା ସନ୍ଦେହ ସୃଷ୍ଟି ହୋଇଛି।
ତେବେ ଚିତ୍ରକୋଣ୍ଡା ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନ ହୋଇ ନ ଥିବା ବେଳେ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛିା ଏହି ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୮ଟି ପଞ୍ଚାୟତ କପାତୁଟି, ପାପୁଲୁର, କୁର୍ମାନୁର, ନୂଆଗୁଡା, ଗୁଣ୍ଠାବେଡା, ଦୋରାଗୁଡା, ଟୋନେଲକ୍ୟାମ୍ପ, ବଡପଡା, ବଡପଦର, ଯନ୍ତ୍ରୀ, ଧୁଳିପୁଟ, ପଣସପୁଟ, ଅଣ୍ଡ୍ରାପାଲ୍ଲି, ରାଲେଗେଡା, ଗାଜୁଲମାମୁଡି, ଇତ୍ୟାଦି ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହୋଇ ନଥିବା ବେଳେ ଚାରିବର୍ଷ ହେଲା ଲୋକପ୍ରତିନିଧି ବାଛି ପାରିନାହାନ୍ତି ଜନତା। ଏଭଳି ସ୍ଥିତିରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଏହି ଗ୍ରାମ ଗୁଡିକ ଆନ୍ଧ୍ର ନିଜ କବଜାରେ ନେବା ପାଇଁ ଚେଷ୍ଟା କରୁଛି ା ଓଡିଶାର ଅବହେଳା କାରଣରୁ ଏହାର ସୁଯୋଗ ନେଇ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ବହୁ ଲୋକଙ୍କୁ ଆଧାର ଏବଂ ରେସନ କାର୍ଡ ଆଦି ପ୍ରଦାନ କରାଯାଉଛି। ଆନ୍ଧ୍ରରେ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କା ଥିବା ବେଳେ ଓଡିଶାରେ କେବଳ ୫୦୦ ଟଙ୍କା ରହିଛି। ​ସେହିଭଳି ରାସନ ସାମଗ୍ରୀ ମଧ୍ୟ ଆନ୍ଧ୍ରରେ ଅଧିକ ଦିଆଯାଉଛି ା ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ମଧ୍ୟ ସୁଲଭ ଦରରେ ମିଳୁଥିବା ବେଳେ ପାପରମେଟଲା, ରାଲେଗେଡା, ଧୁଳିପୁଟ, କୁର୍ମାନୁର, ପାପୁରୁଲ, ଗୁଣ୍ଠାବେଡା ପଣସପୁଟ ଅଞ୍ଚଳ ଗୁଡିକ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପାଡେରୁ ସବ ଡିଭିଜନ ସହ ସଂଲଗ୍ନ ରହିଥିବା ବେଳେ ଓଡିଶାର ଖଣିଜ ପଦାର୍ଥ ଓ ଜଙ୍ଗଲଜାତ ଦ୍ରବ୍ୟ, ତେନ୍ତୁଳି, ମହୁଲ ଆଦି ଦ୍ରବ୍ୟ ଉପରେ ଆନ୍ଧ୍ରର ବ୍ୟବସାୟୀ କବଜା କରି ନେଇଥିବା ବେଳେ ନିରୀହ ଆଦିବାସୀଙ୍କୁ ଲୁଟ୍‍ କରୁଥିବା ଜଣାପଡୁଛି।
ତେବେ ଅତ୍ୟନ୍ତ ଦୁର୍ଗମ ଓ ମଆଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ପ୍ରଶାସନ ପହଞ୍ଚିପାରିଛି। ତଥାପି ଏହି ଅଞ୍ଚଳକୁ ନିଜ କବଜାରେ ନେଇପାରୁନାହିଁ ା ସୀମାନ୍ତର ପ୍ରାୟ ୧୫ଟି ଗ୍ରାମ ଏବେ ବି ଆନ୍ଧ୍ର କବଜାରେ ରହିଛି। ବେଳ ଥାଉ ଥାଉ ପ୍ରଶାସନ ଏହି ଘଟଣା ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଏହା ବିସ୍ଫୋରକ ରୂପ ନେଇ କୋଟିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories