ବଜାରକୁ ଆସିବ ସରକାରୀ ପିଆଜ, ବଫର ଷ୍ଟକରୁ ଖାଉଟି ପାଇବେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ଡେସ୍କ: ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ କେନ୍ଦ୍ର ସରକାର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ ପିଆଜ ବଜାରକୁ ଛାଡିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିିଂହ ନାଫେଡ଼ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି।

ଯେଉଁ ରାଜ୍ୟ ଓ ଆଞ୍ଚଳିକ ବଜାରରେ ପିଆଜ ଦର ସର୍ବଭାରତୀୟ ହାରାହାରି ଦର ଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ରହିଥିବ, ସେଠାରେ ଏହି ଅତିରିକ୍ତ ପିଆଜ ଛଡ଼ାଯିବ। ଏହାଛଡା ଖୁଚୁରା ଦୋକାନରେ ବିକ୍ରୟ ପାଇଁ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପିଆଜ ପଠାଯିବ।

Comments are closed.