www.samajalive.in
Tuesday, December 9, 2025
17.1 C
Bhubaneswar

ଆଜାଦୀ କା ଅମୃତ ମହୋତ୍ସବରେ ୧୨୫୦ ବୃକ୍ଷରୋପଣ

କଲ୍ୟାଣସିଂହପୁର: ରାୟଗଡା ଡିଭିଜନ କଲ୍ୟାଣସିଂହପୁର ଫରେଷ୍ଟ ରେଞ୍ଜରେ ଆଜାଦୀ କା ଅମୃତ ମହୋତ୍ସବ-୨୦୨୩ ଅବସରରେ ୧୨୫୦ଟି ବୃକ୍ଷରୋପଣ କରାଯାଇଛି । ରବିବାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ଥାନୀୟ ବନବିଭାଗର ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନିର୍ଦେଶରେ ବନବିଭାଗ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମିଳିତ ଭାବେ କଲ୍ୟାଣସିଂହପୁର ଓ ରାୟଗଡା ଯିବା ମୁଖ୍ୟ ରାସ୍ତା ବା ବିନିଶପୁରଛକଠାରୁ ପୂଜାରିଗୁଡା ଛକ ପ୍ରାୟ ୫ କିମି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ନିମ୍ବ, ଜାମୁକୋଳି, କରଞ୍ଜ, ପାଟୁଳି, ପିସ୍ତାବାଦାମ, ମହାନିମ୍ବ, ଚାକୁଣ୍ଡା ଭଳି ୧୨୫୦ଟି ବୃକ୍ଷରୋପଣ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂଜାରିଗୁଡା ସରପଞ୍ଚ ଅମିତା କାଡ୍ରାକା ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବନପାଳ ସହଦେଵ ରାଉତ, ନମିତା ବିଡିକା, ବନରଖି ଅକ୍ଷୟ ମିଶ୍ର, ସୁବାସ ଶବର, ଜ୍ୟୋତ୍ସ୍ନାରାଣୀ ବେହେରା, ତେଜଶ୍ୱରୀ ସାହୁଙ୍କ ସମେତ ପାରାଗାର୍ଡ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହାପରେ ଗୁଣ୍ଡିଚା ମନ୍ଦିର ନିକଟରେ ନୂତନ ଭାବେ ହୋଇଥିବା ହନୁମାନ ପ୍ରତିମୂର୍ତ୍ତି ନିକଟରେ ମଧ୍ୟ ବୃକ୍ଷରୋପଣ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories