ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ ୩ କୋଟି ପାନରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ ଅପୂର୍ବ ସଫଳତା ମିଳିଥିବାରୁ ସରକାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ କୁ ଧନ୍ୟବାଦ ଜଣାଯାଇଛି। ଟିକାକରଣରେ ରାଜ୍ୟକୁ ଏପରି ସଫଳତାର ଶ୍ରେୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି କାମରେ ଓଡ଼ିଶାବାସୀ ମଧ୍ୟ ଯଥେଷ୍ଟ ସହଯୋଗ କରିଥିବାରୁ ସମସ୍ତଙ୍କୁ ରାଜ୍ୟ ସରକାର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରେ ୩ କୋଟି ଟିକା ନେଇ ରେକର୍ଡ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Popular Categories



