www.samajalive.in
Sunday, December 7, 2025
23.1 C
Bhubaneswar

କମଲେଶ ତିୱାରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଧରାଇଲା ମିଠା ପ୍ୟାକେଟ, ୩ ଷଡ଼ଯନ୍ତ୍ରକାରୀ ଗିରଫ

ଲକ୍ଷ୍ନୌ: ହିନ୍ଦୁ ମହାସଭା ନେତା ତଥା ହିନ୍ଦୁ ସମାଜ ପାର୍ଟିର ପ୍ରତିଷ୍ଠାତା କମଲେଶ ତିୱାରୀ ହତ୍ୟା ମାମଲାରେ ୩ ଷଡ଼ଯନ୍ତ୍ରକାରୀଙ୍କୁ ପୁଲିସ ଗିରଫ କରିଛି। ଉତ୍ତର ପ୍ରଦେଶ ଏବଂ ଗୁଜରାଟ ପୁଲିସର ଏକ ମିଳିତ ଟିମ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସାମ୍ପ୍ରଦାୟିକ ଘୃଣା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଉତ୍ତରପ୍ରଦେଶ ଡିଜିପି ଓ.ପି. ସିଂହ ସୂଚନା ଦେଇଛି।

ଗତ ଶୁକ୍ରବାର ଦିନ ୨ ଜଣ ଅଜଣା ବ୍ୟକ୍ତି କମଲେଶଙ୍କୁ ଫୋନ କରି ଲକ୍ଷ୍ନୌର ଖୁର୍ଶୀଦ ବାଗରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସାଥୀରେ ଏକ ମିଠା ପ୍ୟାକେଟ ଆଣିଥିଲେ। ଅଭିଯୁକ୍ତମାନେ କମଶେଲଙ୍କ ସହିତ ବସି ଚା ପିଇସାରିବା ପରେ ତାଙ୍କୁ ହତ୍ୟା କରିଥିଲେ। ଜଣେ ବ୍ୟକ୍ତି ବନ୍ଧୁକରୁ ତାଙ୍କୁ ଗୁଳି କରିଥିଲାବେଳେ ଅନ୍ୟ ଜଣେ ମିଠା ପ୍ୟାକେଟରେ ଲୁଚାଇ ଆଣିଥିବା ଛୁରିରେ ତାଙ୍କ ଗଳା କାଟି ଦେଇଥିଲେ। ଏହି ହତ୍ୟାକାଣ୍ଡରେ ମୋଟ ୫ ଜଣ ସମ୍ପୃକ୍ତ ଥିବା ଡିଜିପି କହିଛନ୍ତି। ୩ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଥିବାବେଳେ ହତ୍ୟାକାରୀ ୨ ଅଭିଯୁକ୍ତ ଫେରାର ଥିବା ଡିଜିପି କହିଛନ୍ତି। ଅଭିଯୁକ୍ତମାନେ ଗୁଜରାଟରୁ ମିଠା ପ୍ୟାକେଟ ଆଣିଥିଲେ। ଯେଉଁଠାରୁ ଏହି ମିଠା କିଣାଯାଇଥିଲା ତାହାର ରସିଦ ଆଧାରରେ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି।

- Advertisement -

ଗିରଫ ୩ ଅଭିଯୁକ୍ତ ହେଲେ ମୌଲାନା ଶେଖ ସଲିମ(୨୪), ଏକ ଶାଢ଼ି ଦୋକାନ କର୍ମଚାରୀ ଫୈଜନ(୨୧) ଏବଂ ଜଣେ ଟେଲର ରଶିଦ ଅହମ୍ମଦ(୨୩)। ରାଜ୍ୟ ସରକାର ହତ୍ୟାକାଣ୍ଡର ତଦନ୍ତ ପାଇଁ ଏକ ୩ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସଆଇଟି) ଗଠନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories