www.samajalive.in
Saturday, December 6, 2025
26.1 C
Bhubaneswar

ଫ୍ରାଇଡେ’ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ବଲିଉଡ଼ ଚଳଚ୍ଚିତ୍ର

ମୁମ୍ବଇ : ୨୫ ଅକ୍ଟୋବର ଫ୍ରାଇଡେ’ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ‘ହାଉସ୍‍ଫୁଲ୍‍-୪’, ଦ୍ୱିତୀୟଟି ‘ସାଣ୍ଡ୍‍ କି ଆଁଖ୍‍’ ଏବଂ ଅନ୍ୟଟି ‘ମେଡ୍‍ ଇନ୍‍ ଚାଇନା’।

- Advertisement -

ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ହାଉସ୍‍ଫୁଲ୍‍-୪’ ମୁକ୍ତିଲାଭ ପୂର୍ବରୁ ହିଁ ନିଜ ଟ୍ରେଲର ଓ ଗୀତ ଦ୍ୱାରା ଦର୍ଶକଙ୍କୁ ଆକୃଷ୍ଟ କରିଛି। ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ, କୃତି ସାନୋନ୍‍, କୃତି ଖରବନ୍ଦା, ପୂଜା ହେଗଡ଼େ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବୋମନ ଈରାନୀ, ଚଙ୍କୀ ପାଣ୍ଡେ, ଜନୀ ଲିଭର୍‍, ରାଣା ଦଗୁବତୀଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ଦେଖିବା ପରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିବା ସହ କିଛି ନକରାତ୍ମକ ପ୍ରତିକ୍ରିୟା ମଧ୍ୟ ମିଳିଛି। ଚଳଚ୍ଚିତ୍ରରେ ଅକ୍ଷୟଙ୍କ ଅଭିନୟର ଖୁବ୍‍ ପ୍ରଶଂସା କରାଯାଉଛି। ଫରହାଦ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସାଜିଦ୍‍ ନାଡ଼ିଆଡ଼୍‍ୱାଲା ବହନ କରିଛନ୍ତି। ତେବେ ଦର୍ଶକ ଓ ସମୀକ୍ଷକମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି ପ୍ରଥମ ଦିନରେ ‘ହାଉସ୍‍ଫୁଲ୍‍-୪’ ଭଲ ବ୍ୟବସାୟ କରିବ।

ଅନ୍ୟପକ୍ଷରେ ଏକା ଦିନରେ ମୁକ୍ତିଲାଭ କରିଥିବା ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଣ୍ଡ୍‍ କି ଆଁଖ୍‍’କୁ ମଧ୍ୟ ଦର୍ଶକ ଓ ସମୀକ୍ଷକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ଏହି ଚଳଚ୍ଚିତ୍ର ଉତ୍ତର ପ୍ରଦେଶର ବାଗପତର ବୟସ୍କା ଶୁଟର୍‍ ଚନ୍ଦ୍ରୋ ଓ ପ୍ରକାଶୀ ତୋମରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଉଭୟ ଭୂମି ଓ ତାପସୀଙ୍କ ଅଭିନୟକୁ ଖୁବ୍‍ ପ୍ରଶଂସା କରାଯାଉଛି। ବଲିଉଡ଼ କଳାକାରମାନେ ମଧ୍ୟ ଚଳଚ୍ଚିତ୍ରର ଭୂରି ଭୂରି ପ୍ରଶଂସା କରିଛନ୍ତି। ଚଳଚ୍ଚିତ୍ରର କାହାଣୀ, ନିର୍ଦ୍ଦେଶନା ଏବଂ ସହ କଳାକାରମାନଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଥିବା ଜଣାପଡ଼ିଛି। ତୁଷାର ହୀରାନନ୍ଦାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ସେହିପରି ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ ଚାଇନା’ ମଧ୍ୟ ଆଜି ପରଦାକୁ ଆସିଛି। ଚଳଚ୍ଚିତ୍ରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଅନ୍ୟ ଦୁଇ ଚଳଚ୍ଚିତ୍ର ସହ ଟକ୍କର ‘ମେଡ୍‍ ଇନ୍‍ ଚାଇନା’କୁ ଭାରି ପଡ଼ିବ ବୋଲି ଅନୁମାନ କରାଯାଉଛି। କିଛି ଲୋକ ଚଳଚ୍ଚିତ୍ରରେ ରାଜକୁମାରଙ୍କ ଅଭିନୟକୁ ଖୁବ୍‍ ପ୍ରଶଂସା କରିଥିବା ବେଳେ କିଛି ଲୋକ ଏହାର କାହାଣୀକୁ ପସନ୍ଦ କରି ନାହାନ୍ତି। ଏହା ପରିବାର ସହ ଦେଖିଲା ଭଳି ଏକ ଚଳଚ୍ଚିତ୍ର ନୁହେଁ ବୋଲି କହି କିଛି ଦର୍ଶକ ନିରାଶ ମଧ୍ୟ ହୋଇଛନ୍ତି। ମିଖିଲ୍‍ ମୁସାଲେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ବୋମନ ଈରାନୀ, ପରେଶ ରାୱଲ, ଗଜରାଜ ରାଓ ଓ ମନୋଜ ଜୋଶୀ ପ୍ରମୁଖ କଳାକାରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories