www.samajalive.in
Monday, December 8, 2025
13.1 C
Bhubaneswar

ଅବୈଧ ସମ୍ପର୍କରେ ବାଧା ଅଗସ୍ତି ହତ୍ୟାକାଣ୍ଡର ମୂଳ କାରଣ, ମହିଳାଙ୍କ ସମେତ ୩ ଗିରଫ

ବୌଦ୍ଧ : ଅବୈଧ ସମ୍ପର୍କରେ କଣ୍ଟା ସାଜିବା ସହ ବାଧାସୃଷ୍ଟି କରିବା ହିଁ ଅଗସ୍ତି ହତ୍ୟାକାଣ୍ଡର ମୂଳ କାରଣ। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ପୁଲିସ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଚାରିଦିନ ନିଖୋଜ ରହିବା ପରେ ପୂର୍ବତନ କାଉନସିଲର ଅଗସ୍ତି ମହାକୁଡ(୫୦)ଙ୍କ ଗଳିତ ମୃତଦେହ ଏକ ବିଲ ମଧ୍ୟରୁ ରବିବାର ଦିନ ଉଦ୍ଧାର ହୋଇଥିଲା। ଶବ ଉଦ୍ଧାର ହେବା ପରେ ତାଙ୍କୁ ହତ୍ୟା କରାଯିବାର କାରଣକୁ ଉଜାଗର କରିଛି ବୌଦ୍ଧ ପୁଲିସ। ଏକ ଅବୈଧ ସଂପର୍କରେ କଣ୍ଟା ସାଜିବା ସହ ବାଧାସୃଷ୍ଟି କରିବାରୁ ଅଗସ୍ତିକୁ ରାସ୍ତାରୁ ହଟାଇଥିଲେ ପ୍ରେମିକ ପ୍ରବର ନିଜ ବନ୍ଧୁଙ୍କ ସହ ମିଶି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ।

ସୂଚନା ପ୍ରକାରେ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଅଗସ୍ତି ମହାକୁଡ ଗତ ୩୦ ତାରିଖ ଠାରୁ ନିଖୋଜ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବୌଦ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରବିବାର ଦିନ ଜିଲାପାଳଙ୍କ ପୁରୁଣାକୋଠା ଠାରୁ ମାତ୍ର ୨୦୦ ମିଟର ଦୁରତାରେ ଏକ ଖୋଲା ଜମିରେ ଜମା ହୋଇରହିଥିବା ବାଲି ଗଦା ମଧ୍ୟରୁ ଏକ ଶବକୁ ପୁଲିସ ଉଦ୍ଧାର କରିଥିଲା। ପୁଲିସ ଉଦ୍ଧାର କରିଥିବା ଶବ ନିଖୋଜ ଅଗସ୍ତିର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା। ମୃତ ଅଗସ୍ତିର ମୁଣ୍ଡ ଓ ହାତରେ ମାଡ ମରାଯାଇଥିବା ଜଣାପଡିଥିଲା। ବୌଦ୍ଧ ଆଦର୍ଶ ଥାନାରେ ଏକ ହତ୍ୟା ମାମଲା( କେଶ ନଂ- ୫ /୨୦୨୧ ) ରୁଜୁ କରାଯାଇ ଥାନାଅଧିକାରୀ ସୁଶ୍ରୀ ତପସ୍ୱିନୀ କହଁର ଏହାର ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ତଦନ୍ତ ଚଳାଇବା ପରେ ସମସ୍ତ ଘଟଣା ଧିରେଧିରେ ପଦାକୁ ଆସିଥିଲା।

- Advertisement -

ଏହି ଘଟଣାରେ ସଂପୃକ୍ତ ତିନିଜଣ ସବୁ ଘଟଣାକୁ ସ୍ୱୀକାର କରିଥିବା ଜଣାପଡିଛି। ମୃତ ଅଗସ୍ତିର ଘର ରାଜନପାଲି ଗ୍ରାମରେ ରହୁଥିବା ଜଣେ ବିଧବା ମହିଳାଙ୍କ ସହିତ ମୁଖ୍ୟ ଆସାମୀ ବିନୋଦ ବେହେରାର ଦିର୍ଘଦିନରୁ ଅବୈଧ ସଂପର୍କ ରହି ଆସିଥିଲା। ଏହାକୁ ଅନେକ ଥର ଅଗସ୍ତି ବିରୋଧ କରିଥିବା ଏବଂ ଏନେଇ ଉଭୟଙ୍କ ମଧ୍ୟରେ ଅନେକଥର ବାକବିତଣ୍ଡା ହେବା ସହ ବିନୋଦ ତାକୁ ମାରିଦେବା ନେଇ ମଧ୍ୟ ଧମକଚମକ ଦେଇଥିବା ପୁଲିସ କହିଛି। ୩୦ ତାରିଖ ଦିନ ଅଗସ୍ତି, ବିନୋଦ ଏବଂ ବିନୋଦର ଜଣେ ବନ୍ଧୁ ବେଲାଳସେନ ମିଶି ଅନେକ ସମୟଧରି ବୁଲାବୁଲି କରିବା ସହ ରାତି ୮ଟାରେ ମଦ ପିଇବା ପାଇଁ ଉକ୍ତ ବାଲି ଗଦାକୁ ଯାଇଥିଲେ। ମଦ ପାଇଁ ପଇସା ଆବଶ୍ୟକ ହେବାରୁ ପ୍ରେମିକା ମହିଳାଙ୍କ ଠାରୁ ପଇସା ଅଣାଯାଇ ମଦ କିଣା ହୋଇ ତିନି ଜଣ ମିଶି ପିଇଥିଲେ। ସେହି ସମୟରେ ଏହି ଅବୈଧ ସଂପର୍କ ନେଇ ଯୁକ୍ତିତର୍କ ହେବାରୁ ଉଭୟ ସାଙ୍ଗ ମିଶି ଅଗସ୍ତିକୁ ମାଡମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେମାନେ ସେହି ବାଲି ଗଦାରେ ଶବକୁ ପୋତି ଦେଇ ପଳାଇଥିଲେ। ପୋଲିସ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ସାନ ବାଗବର ଗ୍ରାମର ବିନୋଦ ବେହେରା, କଂଟୁଆଣି ଗ୍ରାମର ବେଲାଳସେନ ମହାକୁଡ ଓ ରାଜନପାଲିର ବନିତା ବିଶିଙ୍କୁ ଗିରଫ କରିଛି। ଏହା ସହିତ ହତ୍ୟାକାରୀମାନେ ବ୍ୟବହାର କରିଥିବା ଏକ ବୁଲେଟକୁ ମଧ୍ୟ ପୁଲିସ ଜବତ କରିଛି। ହତ୍ୟା ମାମଲାରେ ଗିରଫ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories