www.samajalive.in
Tuesday, December 9, 2025
23.1 C
Bhubaneswar

କେନ୍ଦ୍ର କ୍ୟାବିନେଟ: ଭାରତ ଓ ଜାପାନ୍‍ ବୁଝାମଣାକୁ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଭାରତ ଓ ଜାପାନ୍‍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି। ସ୍ୱତନ୍ତ୍ର କୁଶଳୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ମୌଳିକ ଭାଗିଦାରୀ ଢାଞ୍ଚା ସ୍ଥାପନ ଲାଗି ଦୁଇ ଦେଶ ଏହି ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣା ସହଯୋଗ ପତ୍ର ଏ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସହଯୋଗ ସ୍ଥାପନ ପାଇଁ ଏକ ଅନୁଷ୍ଠାନଗତ ବ୍ୟବସ୍ଥା ଲାଗି ଭିତ୍ତିଭୂମି ଯୋଗାଇବ।

ଏହା ଅନୁଯାୟୀ ଜାପାନୀ ଭାଷା ଜାଣିଥିବା ଭାରତର କୁଶଳୀ ଶ୍ରମିକମାନଙ୍କୁ ଜାପାନ୍‍କୁ ପଠାଇବା କାର୍ଯ୍ୟ ସହଜ ହେବ। ସେହିଭଳି ଶ୍ରମିକମାନେ ଜାପାନ୍‍ର ୧୪ଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାର୍ଯ୍ୟ କରିପାରିବେ। ସେହି କୁଶଳୀ ଶ୍ରମିକମାନଙ୍କୁ ଜାପାନ୍‍ ସରକାର ସ୍ୱତନ୍ତ୍ର କୁଶଳୀ ଶ୍ରମିକର ମର୍ଯ୍ୟାଦା ପ୍ରଦାନ କରିବେ। ଏହି ବୁଝାମଣା ସହଯୋଗ ପତ୍ର ଜନସମ୍ପର୍କ ବୃଦ୍ଧି କରିବା ସହିତ ଦୁଇ ଦେଶ ମଧ୍ୟରେ କୁଶଳୀ ପେସାଦାର ମାନଙ୍କର ଆଦାନ ପ୍ରଦାନକୁ ସରଳ କରିବ।

- Advertisement -

ନର୍ସିଂ, କୋଠାବାଡ଼ି ସଫା, ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପ, ଶିଳ୍ପ ଯନ୍ତ୍ରାଂଶ ଉତ୍ପାଦନ ଉଦ୍ୟୋଗ, ଇଲେକ୍‍ଟ୍ରିକ୍‍ ଓ ଇଲେକ୍‍ଟ୍ରୋନିକ ସୂଚନା ସମ୍ବନ୍ଧୀୟ ଶିଳ୍ପ, ନିର୍ମାଣ କ୍ଷେତ୍ର, ଜାହାଜ ନିର୍ମାଣ ଓ ଜାହାଜ ସମ୍ବନ୍ଧୀୟ ଶିଳ୍ପ, ଅଟୋମୋବାଇଲ୍‍ ମରାମତି, ବେସାମରିକ ବିମାନ ଚଳାଚଳ, ଲଜିଂ, କୃଷି, ମତ୍ସ୍ୟପାଳନ, ଖାଦ୍ୟ ଓ ପାନୀୟ ଉତ୍ପାଦନ ଶିଳ୍ପ ଏବଂ ଖାଦ୍ୟ ସେବା ଉଦ୍ୟୋଗ ଭଳି କ୍ଷେତ୍ରଗୁଡ଼ିକରେ ଭାରତର ଏହି ଶ୍ରମିକମାନେ କାର୍ଯ୍ୟ କରିପାରିବେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories