www.samajalive.in
Saturday, December 6, 2025
26.1 C
Bhubaneswar

ବାଇକ​‌ରେ ଗୋଡ଼ାଇ ୨୫ କୁକୁରଙ୍କୁ ଗୁଳି କରି ହତ୍ୟା କଲେ ୨ ଯୁବକ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନରେ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ଯୁବକ ବାଇକରେ ଗୋଡ଼ାଇ ଗୋଡ଼ାଇ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ରାଜସ୍ଥାନର ଝୁନଝୁନୁ ଜିଲା ଅନ୍ତର୍ଗତ କୁମାବାସ ଗ୍ରାମରେ ଏହି ଘଟଣା ଘଟିଛି। ଅନ୍ୟ ୨ ଜଣ ଯୁବକ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଛି। ଗତ ୨ କିମ୍ବା ୩  ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ସାମାଜିକ ଗଣମାଧ୍ୟମରୁ ଭିଡିଓ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ତତ୍ପରତା ପ୍ରକାଶ କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଯୁବକ ଏକ ବାଇକରେ ବୁଲା କୁକୁରମାନଙ୍କୁ ଗୋଡ଼ାଉଛନ୍ତି। ପରେ ସେମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ହତ୍ୟା କରିବା ପରେ କୁକୁରଙ୍କ ମୃତଦେହକୁ ଗାଁରେ ଏବଂ ପଡ଼ିଆରେ ଫିଙ୍ଗୁଛନ୍ତି। ପଛରେ ଯାଉଥିବା ଅନ୍ୟ ୨ ଯୁବକ ଏହାର ଭିଡିଓ କରୁଛନ୍ତି। କିନ୍ତୁ ସେମାନେ ଏହି ଅପରାଧରେ ସାମିଲ ଅଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ।

- Advertisement -

ପୁଲି ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଚି। ଅଭିଯୁକ୍ତ ହେଉଛି ଡୁମରା ଗାଁର ଶ୍ୟୋଚାନ୍ଦ ଭାବରିୟା। ତା’ ନାଁରେ ପଶୁ କ୍ରୁରତା ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଆଧାରରେ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବାକୁ ଉଦ୍ୟମ ଚାଲିଥିବା ପୁଲିସ କହିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories