ଡେସ୍କ: ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ୨୨ ତାରିଖ ଦିନ ଅଧା ଦିନ ଛୁଟି ରହିବ। ଅର୍ଥାତ୍ ଜାନୁଆରୀ ୨୨ ଦିନ ଅପରାହ୍ନ ୨ଟା ୩୦ ଯାଏଁ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସରକାରୀ ଛୁଟି ଘୋଷଣା କରିବାକୁ କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ।
୩ ମନ୍ତ୍ରୀଙ୍କ ଗୋଟିଏ କଥା – ଭାରତ ଏହି ମୁହୂର୍ତ୍ତକୁ କବଜା କରିସାରିଛି
ଅନ୍ୟପକ୍ଷରେ, ଓଡିଶା ସରକାର ମଧ୍ୟ ଜାନୁଆରୀ ୨୨ ତାରିଖ ଦିନ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଅର୍ଥାତ ‘ହାଫ୍ ଡ଼େ’ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।
‘ବିକାଶ ରଥ’ ଏବେ ‘ବିଶ୍ୱାସ ରଥ’ – ଜାନୁୟାରୀ ୨୬ ଯାଏଁ ବୃଦ୍ଧି ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା
ତେବେ ଜଣେ ସରକାରୀ କର୍ମଚାରୀ ଅପରାହ୍ନ ୨.୩୦ରେ କାର୍ଯ୍ୟାଳୟକୁ ଯିବା କେତେ ସମ୍ଭବ ଓ ଯଥାର୍ଥ, ସେ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।



