www.samajalive.in
Saturday, December 6, 2025
26.1 C
Bhubaneswar

ଦିନକରେ ରାଜ୍ୟରେ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲାରେ ୭୪ ବର୍ଷ ବୟସ୍କା ମହିଳା, ୮୨ ବର୍ଷ ପୁରୁଷ ଓ ୩୧ ବର୍ଷର ପୁରୁଷ ଅଛନ୍ତି। ସେହିଭଳି ଭୁବନେଶ୍ୱରରେ ଜଣେ ୭୦ ବର୍ଷ ବୟସ୍କ ପୁରୁଷ, ୭୮ ବର୍ଷ ପୁରୁଷ ଓ ବଉଦରେ ଜଣେ ୬୫ ବର୍ଷର ପୁରୁଷ ପ୍ରାଣ ହରାଇଛନ୍ତି। ଗଜପତି ଜିଲାରେ ଜଣେ ୮୧ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଜିଲାରେ ୪୭ ବର୍ଷ ବୟସ୍କା ମହିଳା, ୫୧ ବର୍ଷର ପୁରୁଷ, କେନ୍ଦ୍ରାପଡାରେ ୭୫ ବର୍ଷ ପୁରୁଷ, ୫୬ ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ବର୍ଷ ବୟସ୍କ ପୁରୁଷ, ୬୧ ବର୍ଷ ପୁରୁଷ, କୋରାପୁଟରେ ୫୦ ବର୍ଷର ପୁରୁଷ, ନୂଆପଡାରେ ୪୨ ବର୍ଷ ବୟସ୍କା ମହିଳା, ପୁରୀ ଜିଲାରେ ୬୫ ବର୍ଷୀୟ ମହିଳା, ୪୬ ବର୍ଷ ବୟସ୍କା ମହିଳା, ରାୟଗଡାରେ ୫୦ ବର୍ଷର ପୁରୁଷ ଏବଂ ୬୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡରେ ଜଣେ ୪୦ ବର୍ଷ ବୟସ୍କ ପୁରୁଷ କରୋନାରେ ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ ଜିଲାରେ ୫୨ ବର୍ଷ ବୟସ୍କ ପୁରୁଷ କରୋନା ରୋଗୀଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟରୁ ଜଣାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories