୨୦୨୧ ବର୍ଷ ଭାରତୀୟ ଟେଷ୍ଟ ଦଳ ପାଇଁ ଅନ୍ୟତମ ସଫଳ ବର୍ଷ ପ୍ରମାଣିତ ହୋଇଛି । ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ୨-୧ରେ ଭାରତ ଟେଷ୍ଟ ଶୃଙ୍ଖଳାରେ ପରାସ୍ତ କରିଥିବା ବେଳେ ବର୍ଷ ଶେଷରେ ପ୍ରଥମ ଏସୀୟ ଦଳ ଭାବେ ସେଞ୍ଚୁରିଅନ୍ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଛି । ୨୦୨୧ରେ ଭାରତ ମୋଟ ୧୪ଟି ଟେଷ୍ଟମ୍ୟାଚ୍ ଖେଳିଛି। ଏଥିରୁ ଭାରତ ୮ଟି ଟେଷ୍ଟମ୍ୟାଚ୍ ଜିତିଛି । ୩ଟି ମ୍ୟାଚ୍ରେ ଭାରତ ପରାସ୍ତ ହୋଇଥିବା ବେଳେ ୩ଟି ମ୍ୟାଚ୍ ଡ୍ର ରଖିପାରିଛି। ପାରମ୍ପରିକ ଭାବେ ଟେଷ୍ଟ କ୍ରିକେଟ୍ରେ ଘରୋଇ ପଡ଼ିଆ ଭାରତୀୟ ଦଳ ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଆସିଛି ।
ବର୍ଷ ଆରମ୍ଭରେ ସିଡ୍ନୀରେ ପରାଜୟ ଆଶଙ୍କାରେ ଥିବା ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆ ସହ ମ୍ୟାଚ୍ ଡ୍ର ରଖି ପାରିଥିଲା। ପରବର୍ତ୍ତୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ବ୍ରିସ୍ବେନ୍ରେ ଭାରତ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା। ପରେ ଭାରତରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିଥିବା ବେଳେ ପରବର୍ତ୍ତୀ ୩ଟିଯାକ ଟେଷ୍ଟକୁ ଜିତି ଭାରତ ୩-୧େର ଶୃଙ୍ଖଳା ଜିତି ପାରିଥିଲା। ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହୋଇଥିବା ବେଳେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ଶୃଙ୍ଖଳା ଖେଳିଥିଲା। ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ଭାରତ ୨ଟି ଓ ଇଂଲଣ୍ଡ ଗୋଟିଏ ଟେଷ୍ଟ ଜିତିଥିଲେ। ୪ର୍ଥ ଟେଷ୍ଟ ସ୍ଥଗିତ ରହିଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି। ପରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସି ପ୍ରଥମ ଟେଷ୍ଟ ଡ୍ର ରଖିଥିବା ବେଳେ ୨ୟ ଟେଷ୍ଟ ହାରିବାରୁ ଭାରତ ଶୃଙ୍ଖଳାକୁ ୧-୦ରେ ଜିତି ନେଇଥିଲା। ସେଞ୍ଚୁରିଅନ୍ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧-୦ରେ ହରାଇ ଐତିହାସିକ ବିଜୟ ସହ ଭାରତ ୨୦୨୧ ବର୍ଷ ଶେଷ କରିଥିଲା।
୨୦୨୧ ଭାରତୀୟ ଟେଷ୍ଟ କ୍ରିକେଟ୍ ପାଇଁ ସଫଳତାର ବର୍ଷ
Popular Categories



