www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୧ କୋପା ଆମେରିକା ଫାଇନାଲ: ୧-୦ରେ ବାଜି ମାରିଲା ଆର୍ଜେଣ୍ଟିନା

ରିଓ ଡି ଜେନେରିଓର ମାରାକାନା ଷ୍ଟାଡିୟମରେ ଆୟୋଜିତ ୨୦୨୧ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ପରାସ୍ତ କରିଛି। ଶନିବାର ଅନୁଷ୍ଠିତ ଏହି ମ୍ୟାଚର ୨୨ତମ ମିନିଟରେ ଆଞ୍ଜେଲ ଡି ମାରିଆ ଏହି ନିର୍ଣ୍ଣାୟକ ଗୋଲ କରିଥିଲେ।

ଏହି ବିଜୟ ପରେ ପ୍ରଥମ ଥର ପାଇଁ ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ଆର୍ଜେଣ୍ଟିନାର ଜାତୀୟ ଦଳ ପାଇଁ ଖେଳୁଥିବା ଟାଇଟଲ ପାଇଛନ୍ତି। ମହାମାରୀ ଯୋଗୁଁ ଗତ ବର୍ଷ କୋପା ଆମେରିକା ଫୁଟବଲ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା। ଏହି ପ୍ରତିଯୋଗିତା ପ୍ରଥମେ ଆର୍ଜେଣ୍ଟିନା ଏବଂ କଲମ୍ବିଆରେ ହେବାକୁ ସ୍ଥିର ହୋଇଥିଲା। ତେବେ ଦକ୍ଷିଣ ଆମେରିକୀୟ ଫୁଟବଲ୍ କନଫେଡେରେସନ୍ ଦେଶବ୍ୟାପୀ ବିରୋଧ ଯୋଗୁଁ କଲମ୍ବିଆକୁ ଏହି ପ୍ରତିଯୋଗିତାର ଆୟୋଜନ କରିବାର ଅଧିକାରକୁ ପ୍ରତ୍ୟାଖ୍ୟାନ କରିଥିଲା। ପରେ କରୋନା ଭାଇରସ୍ ପରିସ୍ଥିତି ହେତୁ ଆର୍ଜେଣ୍ଟିନାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଥିଲା।

- Advertisement -

ଜୁନ୍ ମାସରେ ବ୍ରାଜିଲରେ କୋଭିଡ-୧୯ ବିପଦକୁ ନେଇ ପ୍ରତିଯୋଗିତାକୁ ରୋକିବା ପାଇଁ ଅନେକ ଗୋଷ୍ଠୀ ଦ୍ୱାରା ଅନୁରୋଧ କରାଯାଇଥିଲା। ଏହା ସତ୍ୱେ ବ୍ରାଜିଲର ସୁପ୍ରିମକୋର୍ଟ ୨୦୨୧ କୋପା ଆମେରିକା ଫୁଟବଲ ପ୍ରତିଯୋଗିତା ଯୋଜନା ଅନୁଯାୟୀ ଚାଲିବ ବୋଲି କହିଥିଲେ। ବ୍ରାଜିଲର ରିଓ ଡି ଜେନେରିଓ, ଗୋୟାସ, ମାଟୋ ଗ୍ରୋସୋ ଏବଂ ଫେଡେରାଲରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories