www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ରୁତତମ ମାନବ କାଲ୍‌କୁଲେଟର ନୀଳକଣ୍ଠ

ହାଇଦରାବାଦ : ବିଶ୍ବର ଦ୍ରୁତତମ ମାନବ କାଲ୍‌କୁଲେଟର ଭାବେ ଲିମ୍‌କା ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ୨୧ବର୍ଷୀୟ ନୀଳକଣ୍ଠ ଭାନୁପ୍ରକାଶ। ସମ୍ପ୍ରତି ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜ​‌େ​‌ର ଗଣିତ ସମ୍ମାନରେ ସ୍ନାତକ ଅଧ୍ୟୟନ କରୁଥିବା ହାଇଦରାବାଦର ନୀଳକଣ୍ଠ କ୍ଷିପ୍ର ହିସାବ ଯୋଗୁଁ ୪ଟି ବିଶ୍ବ ରେକର୍ଡ ଓ ୫୦ଟି ଲିମ୍‌କା ରେକର୍ଡର ଅଧିକାରୀ ହେଲେଣି। ସମ୍ପ୍ରତି ଲଣ୍ଡନ​‌େ​‌ର ମାଇଣ୍ଡ ସ୍ପୋର୍ଟସ୍‌ ଅଲିମ୍ପିଆଡ ଦ୍ବାରା ଆୟୋଜିତ ମେଣ୍ଟାଲ କାଲ୍‌କୁଲେସନ୍‌ ୱାର୍ଲଡ୍‌ ଚମ୍ପିଆନ୍‌ସିପରେ ସେ ସ୍ବର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେ ବିଶ୍ବର ଅନ୍ୟ ୨୯ଜଣ ଗଣିତ ବିଶାରଦଙ୍କୁ ପଛରେ ପକାଇଥିବାବେଳେ ତାଙ୍କୁ ୬୫ପଏଣ୍ଟ ମିଳିଛି। ଏ କ୍ଷେତ୍ରରେ ନୀଳକଣ୍ଠ ପ୍ରଥମ ଭାରତୀୟ। ତାଙ୍କ ପୂର୍ବରୁ ଆମେରିକାର ସ୍କଟ ଫ୍ଲାନ୍ସବର୍ଗ ଓ ଭାରତର ଶକୁନ୍ତଳା ଦେବୀ ଏହି ରେକର୍ଡର ଅଧିକାରୀ ଥିଲେ। ଲେବାନନର ଜଣେ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ୧୯୯୭ରୁ ପ୍ରତିବର୍ଷ ଅନ୍‌ଲାଇନ୍‌ରେ ଏହି ଚମ୍ପିଆନ୍‌ସିପ୍‌ ଆୟୋଜିତ ହୋଇଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories