ଓଡ଼ିଶାରେ ଆଉ ୨ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗୁରୁବାର ବୃଦ୍ଧି ଘଟିଛି। ଢେଙ୍କାନାଳ ଜିଲାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଦୁଇ ଜଣ ନୂଆ ରୋଗୀ ଠାବ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।
ଅନ୍ୟ ଜଣେ ରୋଗୀଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁରରେ। ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହି ରୋଗୀଙ୍କ ବୟସ ୬୯ ବର୍ଷ ହୋଇଥିବାବେଳେ ସେ ଜଣେ ପୁରୁଷ। ସେହିପରି ଢେଙ୍କାନାଳ ଟାଉନରେ ଚିହ୍ନଟ ରୋଗୀ ଜଣେ ମହିଳା। ତାଙ୍କ ବୟସ ୫୧ ବର୍ଷ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜଣେ ରୋଗୀଙ୍କ ମିଶାଇଲେ ରାଜଧାନୀରେ ଏଯାଏ ୩୫ ଜଣ କରୋନା ପଜିଟିଭ ଠାବ ହୋଇଛନ୍ତି। ଏହାବ୍ୟତୀତ ଝାରପଡ଼ା ଅଞ୍ଚଳର ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
Comments are closed.